କେଏମ୍‌ବିବି କ୍ୟାମ୍ପସ-୨ରେ ଭିଜିଲାନ୍‌ସ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ବର : କଟକ ନରଣପୁର ସ୍ଥିତ କେଏମ୍‌ବିବି କ୍ୟାମ୍ପସ-୨ରେ ଭିଜିଲାନ୍ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏସ୍‌ବିଆଇ, ତ୍ରିଶୂଳିଆ ଶାଖାର ପ୍ରବନ୍ଧକ ରେଣୁ ସାଗର, ପ୍ରକଳ୍ପ ଅଧିକାରୀ ମଳୟ ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥି‌ଲେ। କେଏମ୍‌ବିବି ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡ. ଚିତ୍ତରଞ୍ଜନ ଭୋଇଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ଭ୍ରଷ୍ଟାଚାର ମୁକ୍ତ ସମାଜ ଗଢ଼ିବା ପାଇଁ ଛାତ୍ରମାନେ ଅଗ୍ରସର ହେବା ଉଚିତ ବୋଲି ଶ୍ରୀ ଭୋଇ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ। ଏହି ଅବସରରେ ସାଧୁତା ଓ ସଚ୍ଚୋଟତାକୁ ପାଥେୟ କରି ଦୁର୍ନୀତି ବି‌ରୋଧରେ ଲଢ଼ିବାକୁ ଶ୍ରୀମତୀ ରେଣୁ ସାଗର ସମସ୍ତଙ୍କୁ ଶପଥ ପାଠ କରାଇଥିଲେ। ଅଧ୍ୟାପକ ଅବନୀ କୁମାର ସ୍ବାଇଁ, ରବି ନାରାୟଣ ରୟତସିଂହ, ଅମିତ କୁମାର ଓ ଶଶିକାନ୍ତ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଖଗେଶ୍ବର ମିଶ୍ର ଓ ଜିତେନ୍ଦ୍ର କୁମାର ମହାନ୍ତି ସହଯୋଗ କରିଥିଲେ। ଶେଷରେ ଉପାଧ୍ୟକ୍ଷା ଡ. ସଂଧ୍ୟାରାଣୀ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।

ବିଏସ୍‌ଏନ୍‌ଏଲ୍‌ର ଭିଜିଲାନ୍‌ସ ସଚେତନତା ସପ୍ତାହ

ଭୁବନେଶ୍ବର : ବିଏସ୍‌ଏନ୍‌ଏଲ୍‌ ଆନୁକୂଲ୍ୟରେ ଭିଜିଲାନ୍‌ସ ସଚେତନତା ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ ବିଏସ୍‌ଏନ୍‌ଏଲ୍‌ ଭବନଠାରେ ଓଡ଼ିଶା ସର୍କଲର ମୁଖ୍ୟ ମହାପ୍ରବନ୍ଧକ ସତ୍ୟାନନ୍ଦ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସମ୍ମିଳନୀରେ ଅନୁଷ୍ଠାନର ସମସ୍ତ ପଦାଧିକାରୀ ଯୋଗ ଦେଇଥିଲେ। ଏଥିରେ ଅଭିନ୍ନ କୁମାର ପାହି, ପି କେ ମହାପାତ୍ର, ଡ. ବିଶ୍ବଜିତ ପଲ୍‌, ଏମ୍‌ କେ ପଟେଲ, ପି ସି ନାଏକ, ଆଇ ଜି ସୋରେନ, ଯୋଶେଫ ଜନ୍‌, ଟି କେ ହଲ୍‌ଦାର୍‌ଙ୍କ ଭଳି ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଭିଜିଲାନ୍ସ ଅଧିକାରୀ ଭରତ ଚନ୍ଦ୍ର ପ୍ରଧାନ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର