ଭୁବନେଶ୍ୱର: ଲାଇଭ୍‌ ଷ୍ଟ୍ରିମିଙ୍ଗ୍‌ ଆପ୍‌ ‘ଭିଗୋ’ ଭିଡିଓରେ କେତେକ ଯୁବତୀ ସାପକୁ ଚୁମା ଦେଉଥିବାର ଦୃଶ୍ୟକୁ ଅପ୍‌ଲୋଡ୍‌ କରିଥିବା ଯୁବକ ସମ୍ବଲପୁରର ରୋହିତ୍‌ ମେହେରଙ୍କୁ ବନ ବିଭାଗ ଗିରଫ କରିଛି। ଏହା ପରେ ବି ଭିଗୋ ଭିଡିଓରେ ଆଜି ୧୫୭ଟି ଏଭଳି ଭିଡିଓ ଅପ୍‌ଲୋଡ୍‌ ହୋଇଥିବା ନଜରକୁ ଆସିଛି।

Advertisment

publive-image

୫ରୁ ୬ ଜଣ ଯୁବତୀ ଏକାଧିକ ସାପଙ୍କ ସହ ଖେଳୁଥିବା ଦୃଶ୍ୟ ଏହି ଭିଡିଓରେ ରହିଛି। ସିଙ୍ଗମ୍‌ ନାମକ ଜଣେ ଯୁବକ ଏହି ଭିଡିଓ ସବୁକୁ ଅପ୍‌ଲୋଡ୍‌ କରିଛନ୍ତି। ସମସ୍ତ ସାପ ‘କୋବ୍ର‌ା’। ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ଅନୁଯାୟୀ ଏମାନେ ସଂରକ୍ଷିତ। ଏମାନଙ୍କୁ ନେଇ ମନୋରଞ୍ଜନ ବା ବେପାରରେ ଲଗା ଯାଇପାରିବ ନାହିଁ। ଏନେଇ ଅବୈତନିକ ବନ୍ୟପ୍ରାଣୀ ତତ୍ବାବଧାରକ ଶୁଭେନ୍ଦୁ ମଲ୍ଲିକ ବନ ବିଭାଗ ନିକଟରେ ଅଭିଯୋଗ କରିବେ ବୋଲି କହିଛନ୍ତି।