କଟକ: ଭାରତର ସମ୍ବିଧାନରେ ବେଦ, ମୀମାଂସା ସୂତ୍ର, ନ୍ୟାୟ ଶାସ୍ତ୍ରକୁ ଆଜିର ଆଧୁନିକ ଆଇନ ବ୍ୟବସ୍ଥାରେ ବ୍ୟବହାର କରାଯାଉଛି। ଏହାକୁ କିପରି ଦେଶର ସମ୍ବିଧାନରେ ବ୍ୟବହାର କରାଯାଇ ମାନବାଧିକାରକୁ ରକ୍ଷା କରାଯାଉଛି ତାହା ପୂର୍ବତନ ଆଡଭୋକେଟ୍ ଜେନେରାଲ୍ ତଥା ବରିଷ୍ଠ ଆଇନଜୀବୀ ବିଜୟକୃଷ୍ଣ ମହାନ୍ତିଙ୍କ ପୁସ୍ତକ ‘ଦ କଲ୍ଟ ଆଣ୍ଡ କନ୍ଷ୍ଟିଚ୍ୟୁସନ୍’ରେ ଉଲ୍ଲେଖ ରହିଛି। ଏହା ନୂଆ ପିଢ଼ିର ଆଇନଜୀବୀଙ୍କ ପାଇଁ ଉପାଦେୟ ହେବ ବୋଲି ରେଭେନ୍ସା ବିଶ୍ବବିଦ୍ୟାଳୟ ଆନେକ୍ସ-୧ରେ ଆୟୋଜିତ ପୁସ୍ତକର ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରୀଶ ଟଣ୍ଡନ୍ କହିଛନ୍ତି। ସମ୍ମାନିତ ଅତିଥି ଭାବେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଅନଙ୍ଗ କୁମାର ପଟ୍ଟନାୟକ, ଜଷ୍ଟିସ୍ ବିମଳ ପ୍ରସାଦ ଦାସ ପ୍ରମୁଖ ପୁସ୍ତକ ‘ଦ କଲ୍ଟ ଆଣ୍ଡ କନଷ୍ଟିଚ୍ୟୁସନ୍’ ଉପରେ ମନ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ପୂର୍ବତନ ଆଡଭୋକେଟ୍ ଜେନେରାଲ୍ ଅଶୋକ କୁମାର ପରିଜା ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ। ବରିଷ୍ଠ ଆଇନଜୀବୀ ବିବେକାନନ୍ଦ ମହାନ୍ତି ପୁସ୍ତକ ବିଷୟରେ ସୂଚନା ପ୍ରଦାନ କରିଥିଲେ। ପ୍ରଶାସନିକ ଅଧିକାରୀ ତଥା ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ଜଗଦୀଶ ଚନ୍ଦ୍ର ମହାନ୍ତି ଓ ବରିଷ୍ଠ ଆଇନଜୀବୀ ଯଶୋବନ୍ତ ଦାସ ଲେଖକଙ୍କ ବିଷୟରେ ମନ୍ତବ୍ୟ ରଖିଥିଲେ। ଆଇନଜୀବୀ ଶ୍ରଦ୍ଧା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
ବିଜୟକୃଷ୍ଣ ମହାନ୍ତିଙ୍କ ‘ଦ କଲ୍ଟ ଆଣ୍ଡ କନ୍ଷ୍ଟିଚ୍ୟୁସନ୍’ ପୁସ୍ତକ ଉନ୍ମୋଚିତ
ଭାରତର ସମ୍ବିଧାନରେ ବେଦ, ମୀମାଂସା ସୂତ୍ର, ନ୍ୟାୟ ଶାସ୍ତ୍ରକୁ ଆଜିର ଆଧୁନିକ ଆଇନ ବ୍ୟବସ୍ଥାରେ ବ୍ୟବହାର କରାଯାଉଛି। ଏହାକୁ କିପରି ଦେଶର ସମ୍ବିଧାନରେ ବ୍ୟବହାର କରାଯାଇ...
/sambad/media/media_files/2025/10/09/untitled-24-2025-10-09-07-45-46.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)