ସମ୍ବଲପୁର: ଭିମସାରରେ କନିଷ୍ଠ ଡାକ୍ତରଙ୍କ ଆନ୍ଦୋଳନକୁ ୧୬ ଦିନ ପୂରିଛି। ଦୁଇଦିନ ହେବ ଭୁବନେଶ୍ବର ଯାଇଥିବା କନିଷ୍ଠ ଡାକ୍ତର ସଂଘ (ଜେଡିଏ)ର ୫ ଜଣିଆ ଦଳ ମଙ୍ଗଳବାର ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କୁ ଭେଟି ସେମାନଙ୍କ ଦାବି ସମ୍ପର୍କରେ ଆଲୋଚନା କରିଛନ୍ତି। ନିର୍ଦେଶକ ଡା.ଅଶ୍ବିନୀ ପୂଜାହାରୀଙ୍କ ବିରୋଧରେ ଆଣିଥିବା ବିଭିନ୍ନ ଅଭିଯୋଗକୁ ସାବ୍ୟସ୍ତ କରିବା ପାଇଁ କାଗଜପତ୍ର ଉପସ୍ଥାପନ କରିଛି। ତଦନ୍ତକାରୀ ଦଳର ରିପୋର୍ଟ ଆସିବା ପରେ ଯାଇ ସେ ସମ୍ପର୍କରେ ବିଚାର କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ଜେନା କହିଥିବା ଜେଡିଏ ପକ୍ଷରୁ କୁହାଯାଇଛି। ସେପଟେ, ନିର୍ଦେଶକ ଡା.ପୂଜାହାରୀ ମଧ୍ୟ ସୋମବାର ରାଜ୍ୟପାଳ ପ୍ର.ଗଣେଶୀ ଲାଲଙ୍କୁ ଭୁବନେଶ୍ବରସ୍ଥିତ ତାଙ୍କ ଆବାସିକ କାର୍ଯ୍ୟାଳୟରେ ଭେଟି ଭିମସାରର ଅଚଳାବସ୍ଥା ସମ୍ପର୍କରେ ଆଲୋଚନା କରିଛନ୍ତି। ଡା.ପୂଜାହାରୀ ମଧ୍ୟ ନିଜ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ ତାହାର ତଥ୍ୟ ପ୍ରମାଣ ରାଜ୍ୟପାଳଙ୍କୁ ପ୍ରଦାନ କରିଥିବା ଜଣାପଡ଼ିଛି। ଏନେଇ ନିର୍ଦେଶକ ଡା.ପୂଜାହାରୀଙ୍କୁ ପଚାରିବାରୁ ସେ କହିଥିଲେ, ‘ରାଜ୍ୟପାଳଙ୍କ ସହ ୮ ମିନିଟ ଧରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଆବଶ୍ୟକୀୟ ଦସ୍ତାବିଜ୍ ମଧ୍ୟ ଦିଆଯାଇଛି। ତେବେ ସେଗୁଡ଼ିକ ଦେଖିବା ପରେ ରାଜ୍ୟପାଳ କୌଣସି ନିଷ୍ପତ୍ତି ନେଇପାରନ୍ତି। ୧୬ ଦିନର ଲଗାତାର ଆନ୍ଦୋଳନ ପରେ ମେଡିକାଲର ସ୍ଥିତି ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି। କନିଷ୍ଠ ଡାକ୍ତରଙ୍କ କାର୍ଯ୍ୟରେ ଯୋଗଦେବା ବିଳମ୍ବ ହେଉଥିବାରୁ ଅନ୍ୟ ଡାକ୍ତରମାନେ ଏବେ ଚିନ୍ତାରେ ପଡ଼ି ଯାଇଛନ୍ତି। ବାରମ୍ବାର ବିଭିନ୍ନ ମହଲରେ ଦାବି ହେଉଥିବା ସତ୍ତ୍ବେ ସରକାରଙ୍କ ପକ୍ଷରୁ ଡାକ୍ତର ସମସ୍ୟାର ସମାଧାନ କରାଯାଉ ନଥିବା ବେଳେ ଜଣେ ଜଣେ ଡାକ୍ତର ଦିନକୁ ଦୁଇ ସିଫ୍ଟ କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି।
ରାଜଧାନୀକୁ ଆସିଲା ଭିମ୍ସାର୍ ବିବାଦ, ରାଜ୍ୟପାଳଙ୍କୁ ଭେଟିଲେ ନିର୍ଦେଶକ
ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଜେଡିଏର ଆଲୋଚନା
/sambad/media/post_attachments/wp-content/uploads/2017/11/VIMSAR4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)