ଭୁବନେଶ୍ବର: ଗତ ୪ମାସ ହେଲା ଟ୍ରିନିଟି ହସ୍ପିଟାଲ୍ କର୍ତ୍ତୃପକ୍ଷ ଆମକୁ ଦରମା ଦେଉ ନାହାନ୍ତି। ଦରମା ମାଗିଲେ ହସ୍ପିଟାଲ୍ କର୍ତ୍ତୃପକ୍ଷ ଇସ୍ତଫା ଦେବାକୁ କହୁଛନ୍ତି। ନଚେତ୍ ଚାକିରିରୁ ଛଟେଇ କରିବାକୁ ଧମକ ଦେଉଛନ୍ତି ବୋଲି କ୍ଷୋଭର ସହ କହିଛନ୍ତି ହସ୍ପିଟାଲ ନର୍ସିଂ କର୍ମଚାରୀ। ଏହାର ପ୍ରତିବାଦରେ ଆଜି ସନ୍ଧ୍ୟାରେ ସେମାନେ ହସ୍ପିଟାଲ୍ର ମୁଖ୍ୟ ଫାଟକରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଯାହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି କର୍ମଚାରୀଙ୍କୁ ବୁଝାସୁଝା କରିଥିଲା। ଏ ନେଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ କର୍ମଚାରୀ ଆନ୍ଦୋଳନରୁ ହଟିଥିଲେ। କର୍ମଚାରୀଙ୍କ ଅଭିଯୋଗ ମୁତାବକ, ଗତ ଜୁଲାଇ ମାସରୁ ହସ୍ପିଟାଲ୍ କର୍ତ୍ତୃପକ୍ଷ ୨୦ଜଣ କର୍ମଚାରୀଙ୍କ ୪ମାସର ଦରମା ଦେଇ ନାହାନ୍ତି। ବକେୟା ଦରମା ନେଇ କର୍ମଚାରୀମାନେ ବାରମ୍ବାର କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ହେଲେ କର୍ମଚାରୀଙ୍କୁ ଦରମା ଦେବା ତ ଦୂରର କଥା ପାଲଟା ସେମାନଙ୍କୁ ନାଲିଆଖି ଦେଖାଇବା ସହ ଧମକ ଚମକ ଦେଇଥିଲେ। ଏହାଛଡ଼ା ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କ ଅନିୟମିତତା ନେଇ ସହିଦନଗର ଥାନାରେ ମଧ୍ୟ ଅଭିଯୋଗ ହେଲା ପରେ ପୁଲିସ ତଦନ୍ତ ଜାରି ରଖିଛି। ଅନ୍ୟପକ୍ଷରେ ହସ୍ପିଟାଲ୍ ପକ୍ଷରୁ କୁହାଯାଇଛି ଯେ, ସମସ୍ତ ଦରମା ଦିଆଯାଇଛି। କେବଳ ଗୋଟିଏ ମାସର ଦରମା ବାକି ରହିଛି। ଛୁଟି କାରଣରୁ ଦରମା ଦିଆଯାଇ ପାରିନାହିଁ। ଛୁଟି ପରେ ଦରମା ଦିଆଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।
ଟ୍ରିନିଟି ନ୍ୟୁରୋ ହସ୍ପିଟାଲର ଦାଦାଗିରି: ଦରମା ମାଗିଲେ ଛଟେଇ ଧମକ, ତାଲା ପକାଇଲେ ନର୍ସିଂ କର୍ମଚାରୀ
/sambad/media/post_attachments/wp-content/uploads/2021/10/65465h4fs65hsfsfsfsfsfsfsfsfsfsfsfsfsfsfsfsf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)