ଭୁବନେଶ୍ୱର: କୋଭିଡ୍ କଟକଣାକୁ ନେଇ କଠୋର ହୋଇଛି କମିସନରେଟ ପୁଲିସ। ହେଲେ ଲୋକ ସୁଧୁରୁ ନାହାନ୍ତି। ଗତକାଲି କୋଭିଡ୍ ନିର୍ଦ୍ଦେଶନାମା ଉଲ୍ଲଙ୍ଘନ କରି ୨୮୩୩ ଜଣ ଜରିମାନା ଗଣିଥିବା ବେଳେ ଆଜି ୨୭୨୯ଜଣ ଧରା ପଡ଼ିଛନ୍ତି। ସେହିଭଳି କୋଭିଡ୍ ନିୟମ ଉଲ୍ଲଂଘନ କାରଣରୁ ଗତକାଲି ୪୧ଟି ଦୋକାନ ବନ୍ଦ କରାଯାଇଥିବା ବେଳେ ଆଜି ୨୨ଦୋକାନକୁ ସିଲ୍ କରାଯାଇଛି। ଆଜି ସିଲ୍ କରାଯାଇଥିବା ବ୍ୟାବସାୟିକ ପ୍ରତିଷ୍ଠାନ ମଧ୍ୟରେ ବଡ଼ ବଡ଼ ପ୍ରତିଷ୍ଠାନ ରହିଛନ୍ତି। ଏହି କାର୍ଯ୍ୟାନୁଷ୍ଠାନ ସହ ପୁଲିସର ସ୍ବତନ୍ତ୍ର ଟିମ୍ କୋଭିଡ୍ ନିୟମ ପାଳନ ନେଇ ସଚେତନ କରୁଥିଲେ ମଧ୍ୟ ଲୋକ ସୁଧୁରୁ ନାହାନ୍ତି। ଅନେକ ଲୋକ କେବଳ ପୁଲିସକୁ ଦେଖିଲେ ମାସ୍କ ପିନ୍ଧୁଛନ୍ତି। ଗାଡ଼ି ଚଳାଇବା ବେଳେ ରାସ୍ତାରେ ପାନପିକ ପକାଉଛନ୍ତି। ଦୁଇଦିନ ଧରି କାର୍ଯ୍ୟାନୁଷ୍ଠାନ ବେଳେ ଏଭଳି ନଜରରେ ପଡ଼ିଛି। ଏଣୁ ଏଭଳି ଅମାନିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନୂଆଶୈଳୀ ଅବଲମ୍ବନ ହେବ ବୋଲି ଜଣାପଡ଼ିଛି।
କୋଭିଡ୍ କଟକଣା ଉଲ୍ଲଙ୍ଘନ: ୨୭୨୯ଜଣ ଗଣିଲେ ଜରିମାନା, ୨୨ ଦୋକାନ ସିଲ୍
/sambad/media/post_attachments/wp-content/uploads/2019/12/traffic-fine-1bk.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)