ବାଲିପାଟଣା: ପବିତ୍ର ରଥଯାତ୍ରା ଉପଲକ୍ଷେ ଭାଇରାଲ-ବଏ ତ୍ରୈଲୋକ୍ୟ ରାୟଙ୍କ ନୂଆ ଭଜନ ‘ରଥରେ ଆସୁଛି କଳା ନାଉରି’ ମୁକ୍ତିଲାଭ କରିଛି। ଦାସ ମ୍ୟୁଜିକ୍ ପକ୍ଷରୁ ଏହି ଭଜନଟି ପ୍ରସ୍ତୁତ ହୋଇଛି। ଭଜନଟିରେ ତ୍ରୈଲୋକ୍ୟଙ୍କ ସହ ସିଦ୍ଧିସିନା ଓ ଶାଶ୍ଵତୀ ମଧ୍ୟ କଣ୍ଠଦାନ କରିଛନ୍ତି। ଏହି ଭଜନଟି ଖୁବ୍ ସୁନ୍ଦର ଓ ହୃଦୟସ୍ପର୍ଶୀ ହୋଇପାରିଛି ବୋଲି ପ୍ରଯୋଜକ ଶିବମ୍ ଦାସ ଓ ମିନତି ବେହେରା କହିଛନ୍ତି। ଦାସ ମ୍ୟୁଜିକ୍ର ୟୁ-ଟ୍ୟୁବ୍ ଚ୍ୟାନେଲରେ ଏହି ଭଜନଟିକୁ ଦେଖିହେବ ବୋଲି ସୂଚନା ଦିଆଯାଇଛି।
ପ୍ରକାଶଥାଉ କି ବାଲିପାଟଣା ବ୍ଲକ ଆମେଣାକୁଦ ପଞ୍ଚାୟତର ତ୍ରିଲୋଚନ ରାୟଙ୍କ ପୁଅ ତ୍ରୈଲୋକ୍ୟ ଗଣମାଧ୍ୟମରେ ‘ମୁଁ ଇସ୍କୁଲରେ ପଢୁଛି, ପ୍ରଥମ ଶ୍ରେଣୀରେ ପଢ଼ୁଛି’ ବାଇଟ୍ ଦେଇ ଲୋକଲୋଚନକୁ ଆସିଥିଲେ। ଖନେଇ ଖନେଇ ତାଙ୍କର ଏଇ କଥା କେଇପଦ ପୂରା ରାଜ୍ୟରେ ଭାଇରାଲ ହୋଇଥିଲା। ଏହାକୁ ନେଇ ଗୀତ ମଧ୍ୟ ପ୍ରସ୍ତୁତ ହୋଇଥିଲା।