ସୋସିଆଲ୍‌ ମିଡିଆରେ ରିଅଲଟି ସୋ’ ବିଜେତାଙ୍କ ଅଶ୍ଳୀଳ ଭିଡିଓ

ଭୁବନେଶ୍ୱର : ଏକ ଲୋକପ୍ରିୟ ଟିଭି ଚ୍ୟାନେଲ୍‌ର ରିଅଲିଟି ସୋ ବିଜେତାଙ୍କ ଅଶ୍ଳୀଳ ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି। ୧ ମିନିଟ୍‌ ୪ ସେକେଣ୍ଡର ଏହି ଭିଡିଓଟିକୁ ବିଜେତାଙ୍କ କେହି ପୁରୁଷ ବନ୍ଧୁ ତାଙ୍କ ସହିତ ବିତାଇଥିବା ଅନ୍ତରଙ୍ଗ ମୁହୂର୍ତର ସମୟକୁ ମୋବାଇଲ୍‌ ଫୋନ୍‌ ମାଧ୍ୟମରେ ସୁଟିଂ କରି ନେଇଛି। ପରେ ଏହାକୁ ସୋସିଆଲ ମିଡିଆରେ ଛଡ଼ା ଯାଇଛି। ଏହି ଭିଡିଓ ଓ ଫଟୋ ଏବେ ମୋବାଇଲରୁ ମୋବାଇଲ୍‌କୁ ଡେଇଁବା ଆରମ୍ଭ କରିଛି।

ଏହି ବିଜେତା ଜଣକ ୨୦୧୬ରେ ଉକ୍ତ ଟିଭି ଚ୍ୟାନେଲ ପକ୍ଷରୁ ଆୟୋଜିତ ରିଅଲିଟି ସୋ କାର୍ଯ୍ୟକ୍ରମରେ ବିଜେତା ଥିଲେ। ତାଙ୍କର ଏହି ବିଜୟକୁ ନେଇ ବିବାଦ ମଧ୍ୟ ସୃଷ୍ଟି ହୋଇଥିଲା। ଯାହା ଜଣାପଡ଼ିଛି ଛାତ୍ରୀ ଜଣକ ବୁର୍ଲାର ଏକ ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ରୀ। ତେବେ କିଏ ଓ କାହିଁକି ଏଭଳି ଭିଡିଓ ଭାଇରାଲ କଲା ତାକୁ ନେଇ ଏବେ ଚର୍ଚା ଜୋର ଧରିଛି। ତେବେ ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ପୁଲିସ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ଭାଇରାଲ ଭିଡିଓକୁ ନେଇ ଆଡଭାଇଜରି ଜାରି ସତ୍ତ୍ୱେ ଏହା ଥମିବାର ନା ଗନ୍ଧ ଧରୁନାହିଁ। ଏବେ ସୁଦ୍ଧା ସାରା ରାଜ୍ୟରେ ଶହେରୁ ଅଧିକ ଭିଡିଓ ଭାଇରାଲ ହୋଇ ସାରିଲାଣି। ଏହି ଭାଇରାଲ ଭିଡିଓକୁ ନେଇ ରାଜ୍ୟରେ ଆତ୍ମହତ୍ୟା, ହତ୍ୟା ଭଳି ଅପରାଧ ମଧ୍ୟ ବଢ଼ି ଚାଲିଛି।

ସମ୍ବନ୍ଧିତ ଖବର