ଖଲିକୋଟିଆନ୍ ପକ୍ଷରୁ ଚିତ୍ରଶିଳ୍ପୀ ଶରତ ଚନ୍ଦ୍ର ଦେବଙ୍କ ଅବଦାନ ସମ୍ପର୍କରେ ଆଲୋଚନା ଚକ୍ର

ଭୁବନେଶ୍ବର: ଖଲିକୋଟ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ଗୃପ୍ ଖଲିକୋଟିଆନ୍ ପକ୍ଷରୁ ବିଶିଷ୍ଟ ଶିଳ୍ପୀ  ଶରତ୍ ଚନ୍ଦ୍ର ଦେବଙ୍କ ଅବଦାନ ବିଷୟରେ ଏକ ଆଲୋଚନାଚକ୍ର ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଅଛି ।  ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ରେବତୀ କାନ୍ତ ମହାରଣାଏହାକୁ ପରିଚାଳନା କରିଥିଲେ ।

ଏହି ଆଲୋଚନା ଚକ୍ର କଳା ଚର୍ଚ୍ଚା ରେ ଡ. ଅଲେଖ ଚନ୍ଦ୍ର ସାହୁ ଙ୍କ ଅଧ୍ୟକ୍ଷତାରେ ଖଲିକୋଟ ଚାରୁ ଓ କାରୁ କଳା ମହାବିଦ୍ୟାଳୟ ର ଅଧ୍ୟକ୍ଷ  ଜୟନ୍ତ କୁମାର ଦାସ ଯୋଗଦେଇ କହିଲେ ଯେ ଶରତ ଚନ୍ଦ୍ର ଦେବ ଙ୍କ କର୍ତ୍ତବ୍ୟ ନିଷ୍ଠା ଓ ତାଙ୍କର ଚିତ୍ର କଳା ର ପ୍ରସାର ପାଇଁ କିପରି ତାଙ୍କରି ଘରେ ୧୯୪୫ ମସିହା ରେ ପ୍ରଥମେ ଏକ ଚିତ୍ର କଳା ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ଯେଉଁଠାରେ ଅନେକ ବିଶିଷ୍ଟ ଚିତ୍ର ଶିଳ୍ପୀମାନେ ପାଠ ପଢିଥିଲେ। ପରବର୍ତ୍ତୀ ସମୟରେ ସେ ସରକାରୀ ଚାରୁ ଓ କାରୁ କଳା ବିଦ୍ୟାଳୟ,ଖଲିକୋଟ  ର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ । ବିଭୁତି କାନୁନ୍‌ଗୋ ଚାରୁ ଓ କାରୁ କଳା ମହାବିଦ୍ୟାଳୟ ର ପୂର୍ବତନ  ଅଧ୍ୟକ୍ଷ ଡ. ଅଲେଖ ଚନ୍ଦ୍ର ସାହୁ କହିଲେ ଯେ ଚିତ୍ର ଶିଳ୍ପୀ ଶରତ ଚନ୍ଦ୍ର ଦେବ  କିପରି ବିଦେଶରେ ପାଠ ପଢି ମଧ୍ୟ ଓଡିଶା ରେ ଚିତ୍ର କଳା ର ପ୍ରସାର କରିଥିଲେ । ସେ ଆଭାସ ବାଦ, ସ୍ବପ୍ନ ବାଦ ଓ ଘନ ବାଦ ଦ୍ବାରା ପ୍ରଭାବିତ ହୋଇଥିଲେ । ଏହି କାର୍ଯ୍ୟକ୍ରମ ରେ ଦିଲ୍ଲୀର ବିଶିଷ୍ଟ ଚିତ୍ର ଶିଳ୍ପୀ ତଥା ଗୃପ୍ ଖଲିକୋଟିଆନ୍ ର ଚିଫ୍ ଆଡ୍‌ମିନ  ଅସିତ କୁମାର ପଟ୍ଟନାୟକ ତାଙ୍କର ବକ୍ତବ୍ଯ ରଖିଥିଲେ ।

ବରିଷ୍ଟ ଚିତ୍ର ଶିଳ୍ପୀ ପଞ୍ଚାନନ ସୁର, ଶିତଲ ମହାପାତ୍ର, ବିପିନଚନ୍ଦ୍ର ସେଠୀ,ନିକୁଞ୍ଜ ବିହାରୀ ଦାସ, ଧର୍ମପଦ ବିଶ୍ୱାଳ,କାଳୀ ପ୍ରସାଦ, କୁମାର ଦେବ,ଆଶୁତୋଷ ପାଣିଗ୍ରାହୀ,ମୁକ୍ତିପଦ ନନ୍ଦି, ରମେଶ ଦେ, ଅଶୋକ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସର୍ବ ଶେଷ ରେ ଚିତ୍ର ଶିଳ୍ପୀ  କୈଳାଶ ଚନ୍ଦ୍ର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ ।

ସମ୍ବନ୍ଧିତ ଖବର