‘ସମ୍ବାଦ’ ପକ୍ଷରୁ ଭର୍ଚୁଆଲ୍‌ ଯୋଗ ଶିବିର, ଶିଖାଇଲେ ଯୋଗ ଗୁରୁ ମନୋଜ ରାଉତ

ଆଜି ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ‘ସମ୍ବାଦ’ ଓ ଓଡ଼ିଶା ଯୋଗ ସଂଘ ସହଭାଗିତାରେ ଏକ ‘ଭର୍ଚୁଆଲ ଯୋଗ ଶିବିର’ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଯୋଗ ଗୁରୁ ମନୋଜ କୁମାର ରାଉତ ଯୋଗ, ଧ୍ୟ‌ାନ, ପ୍ରାଣାୟାମ ଓ ସୂର୍ଯ୍ୟ ନମସ୍କାର ଆଦି ଶିକ୍ଷା ଦେଇଥିଲେ। କାର୍ଯ୍ୟକ୍ରମରେ ସମ୍ବାଦ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ, ‘ସମ୍ବାଦ’ର ପ୍ରକାଶକ କମଳାକାନ୍ତ ମହାପାତ୍ର ଓ ‘ସମ୍ବାଦ’ର ବିଜ୍ଞାପନ ବିଭାଗ ଉପମହାପ୍ରବନ୍ଧକ ସଞ୍ଜୟ ଗୌରଙ୍କ ସମେତ ୪୦ରୁ ଅଧିକ ସହଯୋଗୀ ସାମିଲ୍‌ ହୋଇ ଯୋଗାସନ ଶିକ୍ଷା ଗ୍ରହଣ କରିଥିଲେ। ଗୁରୁ ଶ୍ରୀ ରାଉତ ବୃକ୍ଷାସନ, ଅର୍ଦ୍ଧ ଚକ୍ରାସନ, ତ୍ରିକୋଣାସନ, ଉସ୍‌ତ୍ରାସନ, ଅର୍ଦ୍ଧ ଉସ୍‌ତ୍ରାସନ, ସେତୁ ବନ୍ଧାସନ, ନୌକାସନ, ପବନ ମୁକ୍ତାସନ ଓ ଶବାସନ ଆଦି ମୁଦ୍ରା ପ୍ରଶିକ୍ଷଣ ଦେବା ସ‌ହ ଏହାର ଉପକ‌ାରିତା ଉପରେ ଆଲୋକପାତ କରିଥିଲେ।

 

ସମ୍ବନ୍ଧିତ ଖବର