ଭୁବନେଶ୍ବର : ଦେଶରେ କରୋନାର ୨ୟ ଲହରୀ ଦେଖାଦେଇଥିବାରୁ ସତର୍କ ହୋଇଉଠିଛି ଭୁବନେଶ୍ବର ମୁନିସିପାଲ କର୍ପୋରେସନ (ବିଏମସି) । ଏହା ସହିତ ଭୁବନେଶ୍ବରରେ କରୋନା କଟକଣାକୁ କଡ଼ାକଡ଼ି କରାଯାଇଛି । ବିଏମସିର ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଆଜି ମାର୍କେଟ ବିଲ୍ଡିଂରେ ଜୋରଦାର ଚେକିଂ କରିବା ସହିତ ବିଭିନ୍ନ ମଲ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । କୋଭିଡ୍ ନିୟମ ଉଲ୍ଲଙ୍ଘନ କରିଥିବାରୁ ମାର୍କେଟ ବିଲ୍ଡିଂ ଅଂଚଳରେ ଥିବା ବିଶାଲ ମେଗାମାର୍ଟକୁ ସିଲ୍ କରିଦିଆଯାଇଛି । ସେଠାରେ ଅପର୍ଯ୍ୟାପ୍ତ ଭିଡ ଥିବା ଦେଖିବାକୁ ମିଳିଥିଲା । ଯାହାପରେ ବିଏମସି ପକ୍ଷରୁ ଏହି ସୋ ରୁମକୁ ସିଲ୍ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।
ଅନ୍ୟପକ୍ଷରେ କ୍ବିନ୍ସ କଲେକ୍ସନକୁ ୧୦ ହଜାର ଟଙ୍କା, ବଜାର କୋଲକତା ଓ ସିଟି ଫେସନ ଠାରୁ ୫ ହଜାର ଟଙ୍କା ଲେଖାଏଁ ଜୋରିମନା ଆଦାୟ କରାଯାଇଛି । ବିଏମସିର ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀଙ୍କ ନେତୃତ୍ବରେ ଏହି ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ଚଢଉ କରିଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/WhatsApp-Image-2021-04-02-at-21.21.01.jpeg)