ଭୁବନେଶ୍ୱର: କଟକ ଦୁର୍ଗାପୂଜା ଭସାଣି ଗଣ୍ଡଗୋଳ ଘଟଣାରେ ହିନ୍ଦୁଙ୍କ ଉପରେ ପୁଲିସ ଦମନଲୀଳା ଚଳାଇଛି ବୋଲି ବିଶ୍ୱ ହିନ୍ଦୁ ପରିଷଦ ଅଭିଯୋଗ କରିଛି। ଅଶୋକନଗରସ୍ଥିତ ହୋଟେଲ୍ ଆଡ୍ଭେଞ୍ଚର୍ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଶ୍ୱ ହିନ୍ଦୁ ପରିଷଦ ଅଭିଯୋଗ କରିଛି ଯେ ସଂଖ୍ୟାଲଘୁମାନେ ହିନ୍ଦୁଙ୍କୁ ଆକ୍ରମଣ କରିଥିଲେ। ମା’ ଦୁର୍ଗାଙ୍କ ମୂର୍ତ୍ତି ଓ ମେଢ଼କୁ ଭାଙ୍ଗିବାକୁ ଅପପ୍ରୟାସ କରାଗଲା। ଏହାର ପ୍ରତିବାଦରେ ଗତ ରବିବାର ସମଗ୍ର ହିନ୍ଦୁ ସମାଜର ଆକ୍ରୋଶର ଫଳସ୍ୱରୂପ ଶୋଭାଯାତ୍ରା ବାହାରିଲା। କିନ୍ତୁ ଏହି ସମୟରେ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲା, ପୁଲିସ ଉପରେ ଆକ୍ରମଣ ହେଲା, ତାକୁ ବିଶ୍ୱ ହିନ୍ଦୁ ପରିଷଦ ଦୃଢ଼ ନିନ୍ଦା କରିବା ସହ ଦୁଃଖ ପ୍ରକାଶ କରୁଛି। କିନ୍ତୁ କେଉଁ କାରଣରୁ ଏହି କାଣ୍ଡ ଘଟିଲା, ତା’ର ବି ଅନୁସନ୍ଧାନ ହେବା ଜରୁରି।
ଆକ୍ରମଣରେ ଯେଉଁମାନେ ଆହତ ହେଲେ ସେମାନେ କେଉଁଠି ଓ କିପରି ଅଛନ୍ତି, ଜାଣିବା ଜରୁରି। ପୁଲିସ ଏ କଥାକୁ ଚପେଇ ଦେବାର ଅପପ୍ରୟାସ ନକରି ବରଂ ସମସ୍ତଙ୍କ ନିକଟରେ ସ୍ପଷ୍ଟ କରୁ। ଅପରପକ୍ଷେ ଗୁଇନ୍ଦା ବିଭାଗର ବିଫଳତାକୁ ଦାୟୀ କରିଛି ପରିଷଦ। ଯଦି ଗୁଇନ୍ଦା ବିଭାଗଠାରୁ ପୂର୍ବ ସୂଚନା ମିଳିଥାନ୍ତା, ଏତେ ବଡ଼ ଅଘଟଣ ଘଟିନଥାନ୍ତା। ଏଣୁ ମୂଳ ପ୍ରସଙ୍ଗ ବଦଳରେ ହିନ୍ଦୁମାନଙ୍କୁ ଜୋରଜବରଦସ୍ତ ଗିରଫ କରି ପ୍ରଶାସନ ଏ ଘଟଣାକୁ ଚପେଇବାକୁ ଅପପ୍ରୟାସ କରୁଛି ବୋଲି ପରିଷଦ ଅଭିଯୋଗ କରିଛି। ପୁଲିସ ଓ ପ୍ରଶାସନ ଏଭଳି ପକ୍ଷପାତରୁ କ୍ଷାନ୍ତ ରହିବାକୁ ପରିଷଦ କହିଛି। ଏହି ସାମ୍ବାଦିକ ସମ୍ମୀଳନୀରେ ବିଶ୍ବହିନ୍ଦୁ ପରିଷଦର ପୂର୍ବ ପ୍ରାନ୍ତ କାର୍ଯ୍ୟକାରୀ ସଭାପତି ପବିତ୍ର କୁମାର ସ୍ବାଇଁ, ସଙ୍ଗଠନ ସମ୍ପାଦକ ଶରତ ଚନ୍ଦ୍ର ପ୍ରଧାନ, ପ୍ରାନ୍ତ ପ୍ରଚାରପ୍ରସାର ପ୍ରମୁଖ ସୁଜିତ୍ କୁମାର ନାୟକ, ଭୁବନେଶ୍ୱର ଜିଲ୍ଲା ସମ୍ପାଦକ ଶୁଭ୍ରାଂଶୁ ଶେଖର ଶତପଥୀ, ପ୍ରଳୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/10/09/untitled-20-2025-10-09-07-33-53.jpg)