ଭୁବନେଶ୍ୱର: ବର୍ଷା ହେବା ମାତ୍ରେ ଇସ୍କନ ସମ୍ମୁଖ ରାସ୍ତାରେ ବନ୍ୟା ପରସ୍ଥିତି ସୃଷ୍ଟି ହେବା ଘଟଣାକୁ ନେଇ ସୋମବାର ଜିଲ୍ଲା କଂଗ୍ରେସ ପକ୍ଷରୁ ଏନ୍ଏଚ୍ଏଆଇ କାର୍ଯ୍ୟାଳୟରେ ପାଣି ମାଡ଼ କରାଯାଇଥିଲା। ଏହି ସମସ୍ୟାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଆଜି ମେୟର ଅନନ୍ତ ନାରାୟଣ ଜେନା, କର୍ପୋରେଟର୍ ନିଖିଲ ବଳବନ୍ତରାୟ, ନବକିଶୋର ବେହେରା, ଯନ୍ତ୍ରୀ, ଡ୍ରେନେଜ ବିଭାଗ ଓ ସ୍ୱେରେଜ ବିଭାଗର ଅଧିକାରୀମାନେ ଇସ୍କନ ସମ୍ମୁଖ ଡ୍ରେନ୍ର ସ୍ଥିତି ଅନୁଧ୍ୟାନ କରିଥିଲେ। ତେବେ ସେଠାରୁ କିପରି ଜଳ ନିଷ୍କାସନ କରାଯିବ, ରାସ୍ତାରେ ପାଣି ନଜମିବ ସେନେଇ ଆଲୋଚନା କରିଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଅସ୍ଥାୟୀ ଭାବେ ତୁରନ୍ତ ଡ୍ରେନ୍କୁ ସଫା କରିବା ପାଇଁ ଯୋଜନା କରାଯାଇଥିଲା। ତେବେ ଏହି ସୟମରେ ସ୍ଥାନୀୟ ଅଞ୍ଚଳର ଯୁବନେତା ଅର୍ଜୁନ ବେହେରାଙ୍କ ନେତୃତ୍ୱରେ ବରିଷ୍ଠ ନାଗରିକ ଓ ସ୍ଥାନୀୟ ବାସିନ୍ଦା ଘଟଣାସ୍ଥଳରେ ପହଞ୍ଚି ଏହାକୁ ବିରୋଧ କରିଥିଲେ। ଅସ୍ଥାୟୀ ବଳଦଳରେ ସ୍ଥାୟୀ ସମାଧାନ ଦରକାର ବୋଲି ସେମାନେ ମେୟରଙ୍କ ନିକଟରେ ଦାବି କରିଥିଲେ। ପ୍ରତିବାଦ ପରେ ଅସ୍ଥାୟୀ ସଫେଇ କାର୍ଯ୍ୟକୁ ବନ୍ଦ କରାଯାଇଥିଲା। ତେବେ ଖୁବ୍ଶୀଘ୍ର ଏହାର ସ୍ଥାୟୀ ସମାଧାନ କରାଯିବ ବୋଲି ମେୟର ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
ଅନୁଧ୍ୟାନ କଲେ ମେୟର ଓ ଯନ୍ତ୍ରୀ
/sambad/media/post_attachments/wp-content/uploads/2018/07/mayaer.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)