ଭୁବନେଶ୍ୱର: ଗତ ମେ’ ୩୦ ତାରିଖ ଦିନ ରୋଟାରି ଗଭର୍ଣ୍ଣର ଅଜୟ ଅଗ୍ରଓ୍ଵାଲ ରୋଟାରି କ୍ଲବ ଗ୍ରେଟର୍‌ ପରିଦର୍ଶନ କରିଥିଲେ। ଏହି ସମୟରେ କ୍ଲବ ଦ୍ୱାରା ପରିଚାଳିତ ଅନାଥାଶ୍ରମ ଓ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ତାଙ୍କ ସହ କ୍ଲବର ସଭାପତି ସାରଦା ପ୍ରସନ୍ନ ଷଡ଼ଙ୍ଗୀ ଏବଂ ସମ୍ପାଦକ ମୀରାବାଳା ମହାପାତ୍ର ଉପସ୍ଥିତ ଥିଲେ। ଏହି ଅବସରରେ ସେ କ୍ଲବର ପ୍ରାୟ ୭୫ଟି ସେବା କାର୍ଯ୍ୟକୁ ପ୍ରଶଂସା କରିବା ସହ ଏହାକୁ ସମଗ୍ର ରୋଟାରି ଜିଲ୍ଲାର ଏକ ଅଗ୍ରଗାମୀ କ୍ଲବ ଭାବେ ଅଭିହିତ କରିଥିଲେ। ସଭାକୁ ପ୍ରସନ୍ନ କୁମାର ନାୟକ, ସତ୍ୟେନ୍ଦ୍ର ନାରାୟଣ ପଣ୍ଡା, ଅନୁପମା ପଣ୍ଡା, ପ୍ରଶାନ୍ତ କୁମାର ରାଉତ, ସରିତା ଷଡ଼ଙ୍ଗୀ, ରାମ ପ୍ରସାଦ ରଥ, ଅବଦୁଲ ହକିମ୍‌ ଖାନ୍‌ ଏବଂ କୃଷ୍ଣ ପ୍ରସାଦ ଦାସବର୍ମା ପ୍ରମୁଖ ପରିଚାଳନା କରଥିିଲେ।

Advertisment