କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ଭିତ୍ତିଭୂମି ବିକାଶର ସମୀକ୍ଷା କଲେ ୫-ଟି ସଚିବ ଭିକେ ପାଣ୍ଡିଆନ

ଭୁବନେଶ୍ୱର: ଆଜି କ୍ୟାପିଟାଲ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭିକେ ପାଣ୍ଡିଆନ ପହଞ୍ଚି ସ୍ବାସ୍ଥ୍ୟବସ୍ଥା ଭିତ୍ତିଭୂମି ବିକାଶର ସମୀକ୍ଷା କରିଛନ୍ତି। ଟ୍ରମାକେୟାର, ରିସର୍ଚ୍ଚ ଟ୍ରମା କେୟାର୍ ,ପିଜି ଗ୍ରାଜୁଏଟ ମେଡିକାଲ କଲେଜ , ସର୍ଜରୀ ବ୍ଲକ, ଜୁନିଅର ହଷ୍ଟେଲ, ବରିଷ୍ଠ ଡ଼ାକ୍ତରଙ୍କ କ୍ୱାର୍ଟର ଭିତ୍ତିଭୂମିର ବିକାଶ କେତେ ହୋଇଛି ତାହାକୁ ସମୀକ୍ଷା କରିଛନ୍ତି। ସମୀକ୍ଷା ବେଳେ ସ୍ବାସ୍ଥ୍ୟ ବିଭାଗର ସଚିବ ଶାଳୀନ ପଣ୍ଡିତ, ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସମେତ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ବି ଉପସ୍ଥିତ ଥିଲେ ।

ଭିକେ ପାଣ୍ଡିଆନ ହସ୍ପିଟାଲ ପରିସରରେ ହେଉଥିବା ନିର୍ମାଣାଧୀନ କାର୍ଯ୍ୟ ବୁଲି ଦେଖିବା ସହ ବହୁ ସମୟ ଧରି ଆଲୋଚନା କରିଛନ୍ତି । ଆସନ୍ତା ୨୦୨୪ ମସିହା ସୁଦ୍ଧା ନିର୍ମାଣ କାମ ଶେଷ ହେବ ସୂଚନା ଦେଇଛନ୍ତି ହସ୍ପିଟାଲ ନିର୍ଦ୍ଦେଶକ । ଡିଜିଟାଲ ପ୍ଲାନ୍ ଦେଖିବା ସହ ସ୍ପଟ୍ ଭିଜିଟ ପରିଦର୍ଶନ କରିଛନ୍ତି ଫାଇଭ ଟି ସଚିବ ଭିକେ ପାଣ୍ଡିଆନ | ଉଲ୍ଲେଖ ଥାଉ କି କ୍ୟାପିଟାଲ ହସ୍ପିଟାଲର ପରିସରରେ ୮୦ କୋଟି ଟଙ୍କାର ଟ୍ରମା କେୟାର ସହ ୨୮୦ କୋଟି ଟଙ୍କାର ପିଜିଆଇ ବ୍ଲକ ନିର୍ମାଣ ହେଉଛି | ପ୍ରତିବର୍ଷ ଏହି ପିଜି କମ୍ପ୍ଲେକ୍ସରେ ଆଡମିସନ ହେବ , ଆସନ୍ତା ୨୦୨୩ ଶେଷ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ସମ୍ବନ୍ଧିତ ଖବର