ଚନ୍ଦ୍ରଶେଖରପୁର : ଜୟଦେବ ବିହାରରୁ କିଟ୍ ଛକ ପର୍ଯ୍ୟନ୍ତ ରାସ୍ତା ମରଣଯନ୍ତା ପାଲଟିଛି। ପ୍ରତିଦିନ ଏହି ରାସ୍ତାରେ ଏକାଧିକ ଦୁର୍ଘଟଣା ହେଉଛି। ଲୋକଙ୍କ ମୁଣ୍ଡ ଗଡ଼ୁଛି। ୨୦୧୮ରେ ଏବେ ସୁଦ୍ଧା ୧୧ରୁ ଅଧିକ ଲୋକଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଶତାଧିକ ଆହତ ହେଲେଣି। ନଭେମ୍ବର ୨୮ରୁ କଳିଙ୍ଗ ଷ୍ଟାଡିୟମ୍ରେ ବିଶ୍ୱକପ୍ ହକି ଅନୁଷ୍ଠିତ ହେବାକୁ ଥିବାରୁ ଏଥିପ୍ରତି ଦୃଷ୍ଟି ଦେବାକୁ କମିସନରେଟ୍ ପୁଲିସ ପକ୍ଷରୁ ଆଜି ‘କିଟ୍’ ସଭାଗୃହରେ ଅନୁଷ୍ଠିତ ଜନସମ୍ପର୍କ ଶିବିରରେ ଲୋକେ ଦାବି କରିଛନ୍ତି। ସାମିଲ ହୋଇଥିବା ଲୋକେ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ମତ ଦେଇଥିଲେ। ବିଭିନ୍ନ କଲୋନି, ସ୍କୁଲ ଓ କଲେଜ ନିକଟରେ ପାଟ୍ରୋଲିଂକୁ ସୁଦୃଢ଼ କରିବା, କିଟ୍ ଓ ପ୍ରଶାନ୍ତିବିହାର ରାସ୍ତାପାର୍ଶ୍ୱରେ ସପିଂ ମଲ୍ ଓ ଉଠାଦୋକାନୀଙ୍କୁ ହଟାଇବା, ଯୁବକଙ୍କ ବାଇକ୍ ଷ୍ଟଣ୍ଡ ଉପରେ ରୋକ ଲଗାଇବା, ନୀଳାଦ୍ରିବିହାରରେ ପୁଲିସ୍ ଆଉଟ୍ ପୋଷ୍ଟ ପ୍ରତିଷ୍ଠା, ନିଳାଦ୍ରିବିହାର ହାଟ ରାସ୍ତା ଓ ପାର୍କିଂ ସମସ୍ୟାର ସମାଧାନ, ବାରମ୍ବାର ଚୋରି ଓ ଅପରାଧ ଘଟଣା ରୋକିବାକୁ ଦାବି ଉଠିଥିଲା। ରଘୁନାଥପୁର ଅଞ୍ଚଳରେ ଜମି ଜବରଦଖଲ ସମସ୍ୟାକୁ ନେଇ କେତେଜଣ ବ୍ୟକ୍ତି ବୈଠକରେ ସ୍ୱର ଉଠାଇଥିଲେ। ଆଲୋଚନାରେ ସ୍ଥାନୀୟ ଅଞ୍ଚଳ ବାସିନ୍ଦା ମଧୁମାଧବ ଜେନା, ଅରୁଣ ବେହେରା, ମାୟାଧର ନନ୍ଦ, ଅକ୍ଷୟ ମିଶ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଜୋନ୍-୬ ଏସିପି ରବିନ୍ଦ୍ର ନାରାୟଣ ଶତପଥୀ, ଚନ୍ଦ୍ରଶେଖରପୁର ଆଇଆଇସି ଦୀପକ ମିଶ୍ର ଓ ଇନ୍ଫୋସିଟି ଆଇଆଇସି ବିଜୟନୀ ସିଂଙ୍କ କାର୍ଯ୍ୟକୁ ଲୋକେ ପ୍ରଶଂସା କରିଥିଲେ।
ଟ୍ରାଫିକ୍ ସମସ୍ୟା ନେଇ ଉଠିଲା ସ୍ୱର ‘କିଟ୍’ରେ ପୁଲିସର ଜନସମ୍ପର୍କ ଶିବିର
/sambad/media/post_attachments/wp-content/uploads/2018/01/sasmita-traffic.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)