ଟାଇଟ୍‌ କଲେଜରେ ଭଲିବଲ୍‌ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର: ଖୋର୍ଧା ବରୁଣେଇସ୍ଥିତ ଇଞ୍ଜିନିୟରିଂ କଲେଜରେ ଇଣ୍ଟର କଲେଜ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏହାକୁ କଲେଜର ଅଧ୍ୟକ୍ଷ ଡ. ନାରାୟଣ ସାହୁ ଉଦ୍‌ଘାଟନ କରିଥିବା ବେଳେ ରେଜିଷ୍ଟ୍ରାର ବାଳାକୃଷ୍ଣ ସାହୁ, କ୍ରୀଡ଼ା ସଂସଦର ସଭାପତି ପ୍ରଫେସର୍‌ ଅନାଦି ଚରଣ ସାହୁ ଓ ଟେକ୍‌ନୋ ଇଣ୍ଡିଆ ଗ୍ରୁପର ଡି.ପି.ସରକାର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଆଜି ସେମିଫାଇନାଲ ମ୍ୟାଚ୍‌ର ପ୍ରଥମ ପର୍ଯ୍ୟାୟରେ ଆୟୋଜକ ଟାଇଟ ଇଞ୍ଜିନିୟରିଂ କଲେଜ, ଗୀତା- ଭୁବନେଶ୍ୱରକୁ ୨-୧ ସେଟ୍‌ରେ ହରାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଟ୍ରାଇଡେଣ୍ଟ କଲେଜ, ମହାରାଜା କଲେଜକୁ ୨-୧ ସେଟରେ ପରାସ୍ତ କରି ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛି। ସେହିଭଳି ଆଜି ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଟାଇଟ୍‌ ଓ ଟ୍ରାଇଡେଣ୍ଟ ମଧ୍ୟରେ କଡ଼ା ପ୍ରତିଯୋଗିତା ହୋଇଥିଲା ଶେଷରେ ଟାଇଟ୍‌ ୨-୧ ସେଟରେ ଟ୍ରାଇଡେଣ୍ଟକୁ ହରାଇ ଚାମ୍ପିଅନ୍‌ ହୋଇଛି। ଉଦ୍‌ଯାପନୀ ସମାରୋହରେ ରେଜିଷ୍ଟ୍ରାର ଶ୍ରୀ ସାହୁ, ପ୍ରଫେସର ଅନାଦି ଚରଣ ସାହୁ ଓ ଡି.ପି.ସରକାର ଉପସ୍ଥିତ ରହି ବିଜୟୀ ଦଳକୁ ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର