ଭୁବନେଶ୍ବର: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ତିନିଦିନିଆ ଅନ୍ତଃଜିଲ୍ଲାସ୍ତରୀୟ ସ୍ବେଚ୍ଛାସେବୀ ନେତୃତ୍ବ ବିକାଶ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରକୁ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର୍‌ ଅପରାଜିତା ଚୌଧୁରୀ ଉଦ୍‌ଘାଟନ କରିବା ସହ ଏହାର ଉପାଦେୟତା ବିଷୟରେ କହିଥିଲେ। ପ୍ରଫେସର୍‌ ଚଣ୍ଡୀଚରଣ ରଥ ନେତୃତ୍ବ ନେବାର ଦକ୍ଷତା ସମ୍ପର୍କରେ କହିଥିଲେ।

Advertisment

ଉଚ୍ଚଶିକ୍ଷା ବିଭାଗର ଜାତୀୟ ସେବା ଯୋଜନା ଅଧିକାରୀ ରମେଶ ଚନ୍ଦ୍ର ବେହେରା ଶିବିରର ମୌଳିକ ନୀତିନିୟମ ଉପରେ କହିଥିବା ବେଳେ ଓଡ଼ିଶା କୃଷି ବିଶ୍ବବିଦ୍ୟାଳୟର ସହ ସଂଯୋଜକ ନିରଦ ବରଣ ଖୁଣ୍ଟିଆ ଏହି ଯୋଜନାର ଉପକାରିତା ବୁଝାଇଥିଲେ। ଶିବିରରେ ବିଶ୍ବବିଦ୍ୟାଳୟ ଅନୁବନ୍ଧିତ ୩୦ଟି ମହାବିଦ୍ୟାଳୟରୁ ଶହେ ଛାତ୍ରୀ ଓ ୧୦ଜଣ କାର୍ଯ୍ୟକ୍ରମ ଅଧିକାରୀ ଯୋଗ ଦେଇଥିଲେ। ଶୈଳବାଳା ସ୍ବୟଂଶାସିତ ମହାବିଦ୍ୟାଳୟର କାର୍ଯ୍ୟକ୍ରମ ଅଧିକାରୀ ଯୋଗମାୟା ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ରାଷ୍ଟ୍ରୀୟ ସେବା ଯୋଜନାର ସଂଯୋଜକ ସୁଶାନ୍ତ ପଟ୍ଟନାୟକ ପରିଚାଳନା କରିଥିଲେ।