୨୪ରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା, ଶେଷ ତାରିଖ ସୁଦ୍ଧା ୫୦ହଜାରରୁ ଊର୍ଧ୍ବ ଆବେଦନ

ଭୁବନେଶ୍ବର : ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ପ୍ରକାଶ ପାଇଥିବା ଚିଠା ଭୋଟର ତାଲିକା ଉପରେ ଆପତ୍ତି ଓ ପ୍ରସ୍ତାବର ଅବଧି ଶେଷ ହୋଇଛି। ଆଜି ଶେଷ ତାରିଖ ସୁଦ୍ଧା ୫୦ ହଜାରରୁ ଅଧିକ ଆବେଦନ ଓ ଅଭିଯୋଗ ପ୍ରସ୍ତାବ ଆସିଛି। ଏହା ଉପରେ ନିର୍ବାଚନ ଅଧିକାରୀ ବିଚାର କରି ଆସନ୍ତା ୨୪ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରିବେ। ଏଡିଏମ୍‌ଙ୍କ କାର୍ଯ୍ୟାଳୟରେ ୯ଟି ଟିମ୍‌ ଏହି କାର୍ଯ୍ୟରେ ଲାଗିଛନ୍ତି। ପ୍ରତ୍ୟେକ ଅଭିଯୋଗକୁ ଭୋଟର ତାଲିକା ସହ ମେଳ କରାଇ ଅଭିଯୋଗର ସମାଧାନ କରିବେ। ପୂର୍ବରୁ କେତେକ ୱାର୍ଡରୁ ୧୦-୧୨ହଜାର ପର୍ଯ୍ୟନ୍ତ ଭୋଟର ଉଭାନ ହୋଇଥିବା ଚିଠା ତାଲିକାରେ ପରିଲିକ୍ଷିତ ‌ହୋଇଥିଲା। ଯାହାକୁ ନେଇ ଭୋଟର ଓ ପୂର୍ବତନ କର୍ପୋରେଟର ଅସନ୍ତୋଷ ପ୍ରକାଶ କରି ଏଡିଏମ୍‌ଙ୍କୁ ଅଭିଯୋଗପତ୍ର ପ୍ରଦାନ କରିଥିଲେ। ସେସବୁର ବିଚାର କରାଯାଉଛି। ପ୍ରଥମ ତିନିଦିନରେ ୱାର୍ଡରୁ ଉଭାନ୍‌ ହୋଇ ଯାଇଥିବା ୨୦ହଜାରୁ ଊର୍ଧ୍ବ ଭୋଟର ମଧ୍ୟ ନିଜ ୱାର୍ଡକୁ ଫେରିଥିଲେ। ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ସୁଦ୍ଧା ଏହି ସଂଖ୍ୟା ୪୦ ହଜାର ଟପିବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର