ଭୁବନେଶ୍ବର: ମତଦାତା ହିଁ ପ୍ରକୃତରେ ଭାରତର ଭାଗ୍ୟବିଧାତା। ସେମାନେ ହିଁ ଦେଶର ଦିଶା ନିର୍ଧାରଣ କରିଥାନ୍ତି। ଜଣେ ସାଧାରଣ ଲୋକ ଓ ଭାରତର ପ୍ରଧାନମନ୍ତ୍ରୀଙ୍କ ଭୋଟ୍ର ମୂଲ୍ୟ ମଧ୍ୟରେ କୌଣସି ଅନ୍ତର ନାହିଁ। କଳିଙ୍ଗ ଷ୍ଟାଡିୟମ୍ରେ ଆୟୋଜିତ ରାଜ୍ୟସ୍ତରୀୟ ଜାତୀୟ ଭୋଟର୍ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଜି ଏହା କହିଛନ୍ତି। ଶ୍ରୀ ଲାଲ ଆହୁରି କହିଥିଲେ ଯେ ସିଦ୍ଧାନ୍ତହୀନ ମତଦାନ(ନୋଟାରେ ଭୋଟ୍) ସିନ୍ଧାନ୍ତହୀନ ରାଜନୀତିକୁ ଜନ୍ମଦିଏ। ମତଦାତାର ଭୂମିକା ଗଣତନ୍ତ୍ରରେ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏହାକୁ ହୃଦୟଙ୍ଗମ କରି ଭୋଟଦାନ ମାଧ୍ୟମରେ ପ୍ରତ୍ୟେକ ଭୋଟର ରାଷ୍ଟ୍ର ନିର୍ମାଣରେ ନିଜକୁ ସଂପୃକ୍ତ କରିବା ଉଚିତ। ଆଶ୍ଚର୍ଯ୍ୟ କଥା ହେଉଛି, ଆମ ଦେଶରେ ୮୦କୋଟି ପାଖାପାଖି ଭୋଟର୍ ଅଛନ୍ତି। କିନ୍ତୁ ସେମାନଙ୍କ ମଧ୍ୟରୁ ମାତ୍ର ୪୦ କୋଟି ଭୋଟର୍ ମତଦାନ କରିଥାନ୍ତି। ସମସ୍ତେ ଭୋଟ୍ ନ ଦେଲେ ଆମେ କେମିତି କହିପାରିବା, ଏହା ଲୋକଙ୍କ ସରକାର ବୋଲି। ମତଦାନ ସମୟରେ ବ୍ୟକ୍ତିଗତ ପରିଧିର ଊର୍ଦ୍ଧ୍ବକୁ ଯାଇ ଜାତୀୟ ତଥା ସାମୂହିକ ସ୍ବାର୍ଥକୁ ଅଗ୍ରାଧିକାର ଦେବା ଆବଶ୍ୟକ ବୋଲି ରାଜ୍ୟପାଳ ଶ୍ରୀ ଲାଲ କହିଥିଲେ। ରାଜ୍ୟ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍. ଯାଦବ କହିଥିଲେ, ଚଳିତ ବର୍ଷ ୧୨ଲକ୍ଷ ନୂଆ ଭୋଟର୍ ସୃଷ୍ଟି ହୋଇଛନ୍ତି। ସେଥିମଧ୍ୟରୁ ୧୮ବର୍ଷରୁ ଊର୍ଦ୍ଧ୍ବ ତଥା ପ୍ରଥମଥର ପାଇଁ ଯେଉଁମାନେ ଭୋଟ୍ ଦେବେ, ସେମାନଙ୍କ ସଂଖ୍ୟା ୫.୪୫ ଲକ୍ଷ। ସେହିପରି ୨ ଲକ୍ଷ ଦିବ୍ୟାଙ୍ଗ ଓ ୩ ହଜାର ସମଲିଙ୍ଗୀ ଭୋଟର୍ଙ୍କୁ ମଧ୍ୟ ଚଳିତଥର ଅନ୍ତର୍ଭୁକ୍ତ କରାଯିବ। ଏହି ଅବସରରେ ରାଜ୍ୟପାଳ ପ୍ରଫେସର୍ ଶ୍ରୀ ଲାଲ ଜାତୀୟ ଭୋଟର ଦିବସ ଉପଲକ୍ଷେ ଆୟୋଜିତ ପୋଷ୍ଟର ପ୍ରଦର୍ଶନୀକୁ ଉଦ୍ଘାଟନ କରିବା ସହ ଆଦର୍ଶ ମତଦାନ କେନ୍ଦ୍ର ବୁଲି ଦେଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଭୟ କୁମାର ନାୟକ ଉପସ୍ଥିତ ଥିଲେ।
ମତଦାତା ହିଁ ଭାରତର ଭାଗ୍ୟବିଧାତା: ରାଜ୍ୟପାଳ
ନବମ ଜାତୀୟ ଭୋଟର ଦିବସ ପାଳିତ
/sambad/media/post_attachments/wp-content/uploads/2019/01/Untitled-9-22.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)