ମତଦାନ ବଢ଼ିଲା!

ଭୁବନେଶ୍ବର : ଭୁବନେଶ୍ବର ସବ୍‌ଡିଭିଜନ ଅନ୍ତର୍ଗତ ୫ଟି ନିର୍ବାଚନ ମଣ୍ଡଳୀରେ ଚଳିତ ଥର ମତଦାନ ହାର ବଢ଼ିଥିବା କୁହାଯାଉଛି। ହେଲେ କେଉଁ ନିର୍ବାଚନମଣ୍ଡଳୀରେ କେତେ ଭୋଟିଂ ହୋଇଛି ସେନେଇ ଉପଜିଲ୍ଲାପାଳ ବିଳମ୍ବିତ ରାତି ପର୍ଯ୍ୟନ୍ତ ସବି‌େଶଷ ତଥ୍ୟ ଦେଇପାରିନଥିବାରୁ କେତେ ପ୍ରତିଶତ ବଢ଼ିଛି ତାହା ଜଣାପଡ଼ିନି। ଅପରାହ୍‌ଣ ୫ଟା ସୁଦ୍ଧା ମିଳିଥିବା ବିଭିନ୍ନ ନିର୍ବାଚନମଣ୍ଡଳୀର ମତଦାନ ହାର ଦେଖିଲେ ଏଥର ଭୁବନେଶ୍ବରର ତିନିଟି ନିର୍ବାଚନମଣ୍ଡଳୀରେ ଏହା ବଢ଼ିବ ବୋଲି ଜଣାପଡ଼ୁଛି।

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଅପରାହ୍‌ଣ ୫ଟା ସୁଦ୍ଧା ଏକାମ୍ର ଭୁବନେଶ୍ବରରେ ୪୫.୧୫% ମତଦାନ ହୋଇଛି। ସେହିପରି ଭୁବନେଶ୍ବର ମଧ୍ୟରେ ୩୮.୨୯%, ଭୁବନେଶ୍ବର ଉତ୍ତରରେ ୩୭.୩୬%, ଜଟଣୀରେ ୬୫.୮୭%, ଜୟଦେବରେ ୫୭.୪୭% ମତଦାନ ହୋଇଛି। ସଂଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବାକୁ ଥିବାବେଳେ ବହୁ ସ୍ଥାନରେ ରାତି ୮ଟା ପର୍ଯ୍ୟନ୍ତ ମତଦାନ ହୋଇଛି। ତେଣୁ ଭୁବନେଶ୍ବର ମଧ୍ୟ ଓ ଭୁବନେଶ୍ବରରେ ମତଦାନ ହାର ୪୫% ଛୁଇଁବା ସହ ଏକାମ୍ର ଭୁବନେଶ୍ବରରେ ୫୦% ଟପିପାରେ ବୋଲି କୁହାଯାଉଛି। ମିଳିଥିବା ଶେଷ ସୂଚନା ଅନୁଯାୟୀ ରାତି ୮ଟା ସୁଦ୍ଧା ଭୁବନେଶ୍ବରରେ ୫୧% ମତଦାନ ହୋଇଛି।

ଯେତେବେଳେ କି ୨୦୧୪ରେ ଏକାମ୍ର ଭୁବନେଶ୍ବରରେ ୪୫.୯୭%, ଭୁବନେଶ୍ବର ମଧ୍ୟରେ ୪୧.୯୬%, ଭୁବନେଶ୍ବର ଉତ୍ତରରେ ୪୧.୩%, ଜୟଦେବରେ ୭୩.୯%, ଜଟଣୀରେ ୭୦.୩୫% ପ୍ରତିଶତ ମତଦାନ ହୋଇଥିଲା।

ସମ୍ବନ୍ଧିତ ଖବର