ଖୋର୍ଦ୍ଧା ଜିଲ୍ଲାରେ ମତଦାନ ହାର ବୃଦ୍ଧି : ୭ ବିଧାନସଭା କ୍ଷେତ୍ରରେ ମତଦାନ ୫୯.୬୦ ପ୍ରତିଶତ

ଖୋର୍ଦ୍ଧା : ଗତକାଲି ହୋଇଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଖୋର୍ଦ୍ଧା ଜିଲ୍ଲାର ୭ଟି ବିଧାନସଭା କ୍ଷେତ୍ରରେ ୫୯.୬୦ ପ୍ରତିଶତ ମତଦାନ ହୋଇଛି। ୨୦୧୪ରେ ଏହା ୫୮.୧୩ ପ୍ରତିଶତ ଥିବାବେଳେ ଚଳିତ ନିର୍ବାଚନରେ ୧.୪୭ ପ୍ରତିଶତ ଅଧିକ ମତଦାନ ହୋଇଛି। ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ଜୟଦେବ, ଭୁବନେଶ୍ବର ଉତ୍ତର, ଭୁବନେଶ୍ବର ମଧ୍ୟ, ଭୁବନେଶ୍ବରଏକାମ୍ର, ଜଟଣୀ, ବେଗୁନିଆ, ଖୋର୍ଦ୍ଧା ବିଧାନସଭା କ୍ଷେତ୍ରରେ ମୋଟ ୧୬,୯୭,୬୬୬ ଭୋଟର ନିଜର ମତ ସାବ୍ୟସ୍ତ କରିଛନ୍ତି।

ଚଳିତ ନିର୍ବାଚନରେ ଜୟଦେବ ବିଧାନସଭାରେ ୭୫.୭୮ ପ୍ରତିଶତ ମତଦାନ ହୋଇଥିବାବେଳେ ଭୁବନେଶ୍ବର ମଧ୍ୟରେ ୪୩.୦୪ ପ୍ରତିଶତ, ଭୁବନେଶ୍ବର ଉତ୍ତରରେ ୪୬.୩୮ ପ୍ରତିଶତ, ଭୁବନେଶ୍ବର ଏକାମ୍ରରେ ୪୯.୬୩ ପ୍ରତିଶତ, ଜଟଣୀରେ ୬୮.୧୫ ପ୍ରତିଶତ, ବେଗୁନିଆରେ ୭୨.୫୫ ପ୍ରତିଶତ ଓ ଖୋର୍ଦ୍ଧା ବିଧାନସଭା କ୍ଷେତ୍ରରେ ୭୧.୪୫ ପ୍ରତିଶତ ମତଦାନ ହୋଇଛି। ଚିଲିକା ନିର୍ବାଚନ ମଣ୍ତଳୀରେ ୭୦.୦୧ ପ୍ରତିଶତ ଭୋଟ ହୋଇଛି।

ଜୟଦେବ ବିଧାନସଭା କ୍ଷେତ୍ରରେ ମୋଟ ଭୋଟରଙ୍କ ସଂଖ୍ୟା ୧,୮୬,୩୦୫। ସେମାନଙ୍କ ମଧ୍ୟରେ ପୁରୁଷ ଭୋଟରଙ୍କ ସଂଖ୍ୟା ୯୬,୩୯୧ ଓ ମହିଳା ଭୋଟରଙ୍କ ସଂଖ୍ୟା ୮୯,୮୮୬ ରହିଥିବାବେଳେ ସେମାନଙ୍କ ମଧ୍ୟରୁ ୭୪,୯୩୮ ପୁରୁଷ ଓ ୬୬,୨୪୩ ମହିଳା ଭୋଟର ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ସେହିଭଳି ଭୁବନେଶ୍ବର ଉତ୍ତରରେ ୧,୬୫,୨୧୫ ପୁରୁଷ ଓ ୧,୩୨,୬୦୭ ମହିଳା ଭୋଟର ଥିବାବେଳେ ୭୨,୬୩୦ ପୁରୁଷ ଓ ୬୫,୫୩୭ ମହିଳା ଭୋଟର ମତ ସାବ୍ୟସ୍ତ କରିଛନ୍ତି। ଭୁବନେଶ୍ବର ଏକାମ୍ରରେ ୧,୫୧,୫୩୦ଜଣ ପୁରୁଷ ଓ ୧,୨୯,୨୭୩ ମହିଳା ଭୋଟର ଥିବାବେଳେ ଗତକାଲିର ମତଦାନରେ ୭୩, ୯୫୧ ପୁରୁଷ ଓ ୬୫, ୪୬୫ଜଣ ମହିଳା ଭୋଟର ମତଦାନ କରିଛନ୍ତି। ଜଟଣୀରେ ୧,୨୨,୭୪୧ଜଣ ପୁରୁଷ ଭୋଟର ଓ ୧,୧୪,୮୪୧ଜଣ ମହିଳା ଭୋଟର ଥିବା ବେଳେ ୮୬,୭୬୮ ପୁରୁଷ ଓ ୭୫,୧୬୭ ମହିଳା ଭୋଟର ମତ ସାବ୍ୟସ୍ତ କରିଛନ୍ତି। ବେଗୁନିଆରେ ୧,୧୧,୭୯୦ ପୁରୁଷ ଓ ୧, ୦୨,୮୬୨ ମହିଳା ଭୋଟରଙ୍କ ମଧ୍ୟରୁ ୮୨,୩୧୯ ପୁରୁଷ ଓ ୭୩,୪୯୫ ମହିଳା ଭୋଟର ମତ ଜାହିର କରିଛନ୍ତି।

ଖୋର୍ଦ୍ଧାରେ ୧,୨୪,୪୮୯ ପୁରୁଷ ଓ ୧,୧୬,୬୧୭ ମହିଳା ଭୋଟରଙ୍କ ମଧ୍ୟରୁ ୯୦, ୫୨୨ ପୁରୁଷ ଓ ୮୨, ୦୫୪ ମହିଳା ଭୋଟର ନିଜର ମତ ସାବ୍ୟସ୍ତ କରିଛନ୍ତି। ସେହିଭଳି ୨୦୧୪ରେ ୭୮ଜଣ ତୃତୀୟ ଲିଙ୍ଗ ଭୋଟର ନିଜର ମତ ସାବ୍ୟସ୍ତ କରିଥିବାବେଳେ ଚଳିତ ନିର୍ବାଚନରେ ଏହି ସଂଖ୍ୟା ୫୨୬କୁ ବୃଦ୍ଧି ପାଇଛି।

ବୋଲଗଡ଼ରେ ୮୨ ପ୍ରତିଶତ

ବେଗୁନିଆ : ବୋଲଗଡ଼ରେ ୮୨ ପ୍ରତିଶତ ମତଦାନ ହୋଇଛି। ବ୍ଲକ ନିର୍ବାଚନ ଅଧିକାରୀ ତଥା ବିଡିଓ ମଧୁସୂଦନ ବେହେରା ଦେଇଥିବା ସୂଚନା ଅନୁଯାୟୀ, ପିଚୁକୁଳିରେ ୧୩୧୫ ଜଣ ଭୋଟରଙ୍କ ମଧ୍ୟରୁ ୯୬୩ଜଣ, ଯୋଡାପଡାରେ ୧୨୧୮ ଜଣ ଭୋଟରଙ୍କ ମଧ୍ୟରୁ ୮୫୨ଜଣ, ଟିକାତାଳରେ ୮୦୬ଜଣ ଭୋଟରଙ୍କ ମଧ୍ୟରୁ ୬୫୦ଜଣ, ଖଙ୍ଗୁରିଆରେ ୧୨୯୧ଜଣ ମଧ୍ୟରୁ ୬୫୦ଜଣ, ଇଛାପୁରରେ ୪୬୧ଜଣ ମଧ୍ୟରୁ ୩୦୯ଜଣ, ଅରଖପଲ୍ଲୀରେ ୧୧୮୭ଜଣ ମଧ୍ୟରୁ ୮୫୨ଜଣ ଭୋଟର ମତଦାନ କରିଛନ୍ତି। ସନ୍ଧ୍ୟା ସମୟରେ ସୋଲାର ଲାଇଟ ଅଚଳ ହୋଇ ପଡ଼ିବାରୁ ଭୋଟର୍‌ମାନେ ଅନ୍ଧାରରେ ମୋବାଇଲ୍ ଲାଇଟ୍‌ ସହାୟତାରେ ଭୋଟ ଦେଇଥିଲେ।

ସମ୍ବନ୍ଧିତ ଖବର