ଭୁବନେଶ୍ବର: ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ବୃନ୍ଦାବନ ଗୁରୁକୁଳର ମିଳିତ ଆନୁକୂଲ୍ୟରେ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହୋଇଯାଇଛି ‘ବୃନ୍ଦାବନ ମହୋତ୍ସବ’। ଏହି ଅବସରରେ ପଣ୍ଡିତ ହରିପ୍ରସାଦ ଚୌରାସିଆ ରାଗ ବିହାଗ, ତିନ୍ତାଲ୍ରେ ବନ୍ଦିଶ, ପିଲୁ ପରିବେଷଣ କରିଥିଲେ। ବଂଶୀର ତାଳେତାଳେ ସାରଙ୍ଗୀ, ହାରମୋନିୟମ, ତାନପୁରା, ଭୋକାଲ୍ ଓ ତବଲାର ଧୂନ୍ ବିମୋହିତ କରିଥିଲା। ଜଣାଶୁଣା ତବଲା ବାଦକ ଶୁଭଙ୍କର ବାନାର୍ଜୀଙ୍କର ତବଲା ଉପରେ ଅଙ୍ଗୁଳି ଚାଳନା ଯେମିତି ଝଡ଼ ସୃଷ୍ଟି କରିଥିଲା। ପ୍ରାରମ୍ଭରେ ବୃନ୍ଦାବନ ଗୁରୁକୂଳର ପ୍ରଶିକ୍ଷାର୍ଥୀମାନେ ‘ବୈଷ୍ଣବ ଜନ ତୋ...ଗୀତର ସ୍ବରରେ ବଂଶୀର ଆଳାପ କରିଥିଲେ। ପରେ ଉସ୍ତାଦ ରସିଦ୍ ଖାଁ ହିନ୍ଦୁସ୍ତାନୀ କଣ୍ଠ ସଂଗୀତ ପରିବେଷଣ କରିଥିଲେ। ପ୍ରଥମେ ସେ ‘ଗୋରେ ଗୋରେ ନୈନା.. ପରିବେଷଣ କରଥିବା ବେଳେ ତାଙ୍କ କଣ୍ଠ ନିଃସୃତ ଶାସ୍ତ୍ରୀୟ ସଂଗୀତ ଦର୍ଶକଙ୍କୁ ବିଭୋର କରିଥିଲା। ଏହି ଅବସରରେ ରାଜ୍ୟ ପର୍ଯ୍ୟଟନ ସଚିବ ବିଶାଳ ଦେବ ଓ ପଣ୍ଡିତ ହରିପ୍ରସାଦ ଚୌରାସିଆ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବା ବେଳେ ବିଶିଷ୍ଟ ସଂଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କର ଓ ପଣ୍ଡିତ ହରମୋହନ ଖୁଣ୍ଟିଆ ହରିପ୍ରସାଦଙ୍କୁ ସମ୍ବର୍ଧିତ କରିଥିଲେ।
ବୃନ୍ଦାବନରେ ବଂଶୀର ବନ୍ଦିଶ
/sambad/media/post_attachments/wp-content/uploads/2019/11/m16.jpg-vrindaban.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)