ଭୁବନେଶ୍ବର: ଆଲୋକୀକରଣ ହୋଇଛି ଭିଏସ୍ଏସ୍ନଗର ଫ୍ଲାଏଓଭର ବ୍ରିଜ୍। ଭିତ୍ତିପ୍ରସ୍ତର ପଡ଼ିବାର ମାତ୍ର ଏକ ମାସ ମଧ୍ୟରେ କାର୍ଯ୍ୟ ଶେଷ ହେବା ପରେ ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ ଆଜି ଏହାକୁ ଉଦ୍ଘାଟନ କରିଛନ୍ତି। କରୋନା କଟକଣା ମଧ୍ୟରେ ଅନୁଷ୍ଠିତ ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଅଞ୍ଚଳବାସୀ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଆଲୋକୀକରଣ ଦ୍ବାରା ମଞ୍ଚେଶ୍ବର ଓ ଭିଏସ୍ଏସ୍ନଗର ମଧ୍ୟରେ ଯୋଗାଯୋଗ ସୁବିଧାଜନକ ହେବ ବୋଲି ମତପ୍ରକାଶ କରିଥିଲେ।
ବିଏମ୍ସି କମିସନର ସଞ୍ଜୟ କୁମାର ସିଂ କହିଛନ୍ତି ଯେ ଯୁଦ୍ଧକାଳୀନ ଭିତ୍ତିରେ ଏହି କାର୍ଯ୍ୟକୁ ଶେଷ କରିବାରେ ଆମେ ସକ୍ଷମ ହୋଇଛୁ। ଏହାଦ୍ବାରା ଅଞ୍ଚଳର ଲୋକେ ଫ୍ଲାଏଓଭରରେ ଆରାମଦାୟକ ଯାତ୍ରା କରିପାରିବେ। ପ୍ରକଳ୍ପ କାର୍ଯ୍ୟ ଶେଷ ହେବାକୁ ମାତ୍ର ଏକ ମାସ ସମୟ ଲାଗିଥିଲା। ୪୬ଟି ଗାଲଭାନାଇଜଡ୍ ପୋଲ୍ରେ ୭୦ ୱାଟ୍ର ଏଲଇଡି ଲାଇଟ୍ ଲାଗିଛି। ମୋଟ ୧.୩ କିମି ଫ୍ଲାଏଓଭରରେ ପ୍ରତ୍ୟେକ ପୋଲ୍ ମଧ୍ୟରେ ଦୂରତା ୨୭ ମିଟର ରହିଥିବା ବିଏମ୍ସି ବିଦ୍ୟୁତ୍ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁକାନ୍ତ କୁମାର ସାବତ କହିଛନ୍ତି। ଏହାର ଅପରେସନ୍ ଓ ରକ୍ଷଣାବେକ୍ଷଣ ଦାୟିତ୍ବ ଆସନ୍ତା ୭ ବର୍ଷ ଲାଗି ଇ ସ୍ମାର୍ଟ ଲାଇଟିଂ ସଂସ୍ଥା କରିବ ବୋଲି ସୂଚନା ମିଳିଛି। ବିଏମ୍ସି ଆସିଷ୍ଟାଣ୍ଟ ଇଞ୍ଜିନିୟର ରଞ୍ଜନ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ କର୍ପୋରେଟର ପ୍ରଣତୀ ନାୟକ, ଉତ୍କଳ ସମ୍ମିଳନୀ ମଞ୍ଚେଶ୍ବର ଶାଖା ସଭାପତି ଦିଲ୍ଲୀପ ଦାଶଶର୍ମା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/54dg654ga654gda65gdagda.jpg)