‌ହେଲ୍ପମେଟ୍‌ ପକ୍ଷରୁ ‘ଜାଗ୍ରତ ହେଉ ଭାଷା ପ୍ରୀତି’

ଭୁବନେଶ୍ବର: ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ଅବସରରେ ହେଲ୍ପମେଟ୍‌ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ‘ଜାଗ୍ରତ ହେଉ ଭାଷା ପ୍ରୀତି’ ଅନୁଷ୍ଠିତ ହୋଇଯାଇଛି। ଫରେଷ୍ଟ ପାର୍କରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସବୁ ବର୍ଗର ଲୋକମାନଙ୍କୁ ନେଇ ଭାଷାର ମୂଳ ପୁସ୍ତକ ବର୍ଣ୍ଣବୋଧ ଉପରେ ସଚେତନ କରାଯାଇଥିଲା।

ଏହାସହ ଉତ୍କଳ ମଧୁ ବର୍ଣ୍ଣବୋଧ ପୁସ୍ତକ ବଣ୍ଟନ କରାଯାଇଥିଲା। ଅନୁଷ୍ଠାନର ସଂପାଦିକା ନିବେଦିତା ଭଞ୍ଜ କହିଥିଲେ ଯେ ଓଡ଼ିଆ ଭାଷାର ମୂଳଦୁଆ ମଜଭୁତ୍‌ ରହିଲେ, ଶାସ୍ତ୍ରୀୟ ମାନ୍ୟତା ପାଇବାର ମୂଲ୍ୟ ରକ୍ଷା ହୋଇପାରିବ। କାର୍ଯ୍ୟକ୍ରମରେ ଉପସଭାପତି ନୀହାରିକା ପଟ୍ଟନାୟକ, ସଦସ୍ୟ ଦୀପ୍ତି ମିଶ୍ର, ରେଣୁବାଳା ଦଳାଇ, ସ୍ବର୍ଣ୍ଣ ପଣ୍ଡା, ଦୀପ୍ତି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର