ଭୁବନେଶ୍ୱର: ବିଶ୍ବ କିଡ୍ନି ଦିବସ ଅବସରରେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ ପକ୍ଷରୁ କିଡ୍ନି ସୁରକ୍ଷା ସମ୍ପର୍କିତ ଏକ ସଚେତନତା ୱାକାଥନ୍ ଆୟୋଜିତ ହୋଇଯାଇଛି। ଏହାକୁ ହସ୍ପିଟାଲର ସିଓଓ ଏବଂ ନିର୍ଦ୍ଦେଶକ (ମେଡିକାଲ ସର୍ଭିସେସ୍) ଡାକ୍ତର ଆଲୋକ ଶ୍ରୀବାସ୍ତବ ଓ ହସ୍ପିଟାଲର ବରିଷ୍ଠ ନେଫ୍ରୋଲୋଜିଷ୍ଟ ଡାକ୍ତର ନୀତୀଶ କୁମାର ମହାନ୍ତି ମିଳିତ ଭାବେ ଉଦ୍ଘାଟନ କରିଥିଲେ। ଏହି ୱାକାଥନ୍ ଆପୋଲୋ ହସ୍ପିଟାଲ ପରିସରରୁ ଆରମ୍ଭ ହୋଇ ସୈନିକ ସ୍କୁଲ ଛକ, ପ୍ରେସ୍ ଛକ ଏବଂ ନାଲ୍କୋ ଛକ ଦେଇ ପୁଣି ହସ୍ପିଟାଲକୁ ଫେରିଥିଲା।
ଏଥିରେ ୧୦୦ରୁ ଊର୍ଦ୍ଧ୍ବ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ। ହସ୍ପିଟାଲର ନେଫ୍ରୋଲୋଜି ବିଭାଗର ଡାକ୍ତର ସ୍ମାରକ ପଣ୍ଡା ଓ ଡାକ୍ତର ପୂରିନା ଚନ୍ଦ୍ର କର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ଅବସରରେ ବରିଷ୍ଠ ନେଫ୍ରୋଲୋଜିଷ୍ଟ ଡାକ୍ତର ନୀତୀଶ କୁମାର ମହାନ୍ତି କିଡ୍ନିର ସୁରକ୍ଷା ପାଇଁ ରକ୍ତଶର୍କରା ଓ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଡାକ୍ତର ଆଲୋକ ଶ୍ରୀବାସ୍ତବ ହସ୍ପିଟାଲର ନେଫ୍ରୋଲୋଜି ବିଭାଗର ଷ୍ଟେଟ୍ ଅଫ୍ ଆର୍ଟ କେନ୍ଦ୍ରଠାରେ ଉପଲବ୍ଧ ଚିକିତ୍ସା ସେବାଗୁଡ଼ିକ ଉପରେ ଗୁରୁତ୍ବାରୋପ କରିଥିଲେ।