ଡ୍ରେନ୍ କାମବେଳେ କାନ୍ଥ ଭୁଶୁଡ଼ିଲା, ଜଣେ ଗୁରୁତର

ଖଣ୍ଡଗିରି : ସ୍ଥାନୀୟ ବରମୁଣ୍ଡା ଅଞ୍ଚଳରେ ଡ୍ରେନ୍ ନିର୍ମାଣ ଚାଲିଥିବାବେଳେ ଅପରାହ୍ଣ ପ୍ରାୟ ୪ଟାବେଳେ ଏକ କାନ୍ଥ ଭୁଶୁଡ଼ି ପଡ଼ିବାରୁ ପଥରରେ ଚାପି ହୋଇ ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ବ୍ରହ୍ମପୁରର ଦିବାକର ସେଠୀ। ସୂଚନାନୁସାରେ ବରମୁଣ୍ଡା ନିକଟ ଟେନ୍‌ କଲୋନିରେ ଚାଲିଥିବା ଡ୍ରେନ୍ ନିର୍ମାଣ କାମରେ ଏହି ଅଘଟଣ ଘଟିଛି। ଡ୍ରେନ୍‌ ଭିତରେ ମୋଟ୍ ୮ ଜଣ ଶ୍ରମିକ ଥିଲେ। ଭିତରୁ ମାଟି ବାହାର କରାଯାଉଥିଲା। ଏତିକିବେଳେ ହଠାତ୍ ଡ୍ରେନ୍‌କୁ ଲାଗି ରହିଥିବା ଏକ ପାଚେରି ଭୁଶୁଡ଼ି ପଡ଼ିଥିଲା। ପଥର ତଳେ ଦିବାକର ଚାପି ହୋଇ ରହି ଯାଇଥିଲେ। ତୁରନ୍ତ ଦିବାକରଙ୍କୁ ପଥର ତଳୁ ବାହାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲେ। ମାତ୍ର ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା।

ସମ୍ବନ୍ଧିତ ଖବର