ଭୁବନେଶ୍ବର: ୯ ନମ୍ବର ୱାର୍ଡର ସିପିଆଇ ପ୍ରାର୍ଥିନୀ ପାର୍ବତୀ ବାରିକ ତାଙ୍କ ପ୍ରଚାର ଅଭିଯାନକୁ ଜୋର୍ଦାର କରିଛନ୍ତି। ଆଜି ପାର୍ବତୀ ତାଙ୍କ ସମର୍ଥକମାନଙ୍କ ସହ ରାଜୀବ ଆବାସ କଲୋନିରୁ ଏକ ଶୋଭାଯାତ୍ରାରେ ବାହାରି ଝରଣା ବସ୍ତି, ଅରବିନ୍ଦ ନଗର ବସ୍ତି, କାଞ୍ଚନ ଆପାର୍ଟମେଣ୍ଟ୍ ଓ କଲ୍ୟାଣୀ ବସ୍ତି ଆଦି ପରିକ୍ରମା କରିଥିଲେ।
ଏଥିରେ ଜୋନ୍ ସମ୍ପାଦକ ସୁର ଜେନା, ଦେବାଶିଷ ପରିଜା, ବଳରାମ ଜେନା, ଶଙ୍କର ବାରିକ ଓ ବିଜୟ ବାରିକ ପ୍ରମୁଖ କର୍ମକର୍ତ୍ତା ସାମିଲ ହୋଇଥିଲେ। ଏହି ଅଞ୍ଚଳରେ ମହିଳାମାନଙ୍କ ରୋଜଗାର ପାଇଁ ସ୍ବତନ୍ତ୍ର ଭାବେ ମହିଳା ମାର୍କେଟ୍ ସ୍ଥାପନ ଓ ବସ୍ତିବାସିନ୍ଦାଙ୍କୁ ସ୍ଥାୟୀ ପକ୍କା ଘର ଯୋଗାଇ ଦେବାକୁ ସେ ପ୍ରତିଶ୍ରୁତି ଦେଇଥିଲେ। ରଣଜିତ କୁମାର ଦାସ, ଅମରଜିତ ରାୟ ସାମନ୍ତ, ଧନେଶ୍ବର ସାହୁ, କେଲୁଣି ସାହୁ, ସବିତା ପରିଡ଼ା, ପୁଷ୍ପଲତା ନାୟକ, ସବିତା ଲେଙ୍କା ଓ ସୌମେନ୍ଦ୍ର ଜେନା ପ୍ରମୁଖ ଶେଭାଯାତ୍ରାର ନେତୃତ୍ବ ନେଇଥିଲେ।