ବିଏମ୍‌ସି ୱାର୍ଡ ନଂ.୩୧: କଂଗ୍ରେସର ସୂର୍ଯ୍ୟକାନ୍ତଙ୍କ ପାଇଁ ପ୍ରଚାର କଲେ ସୁର

ଭୁବନେଶ୍ବର: ୩୧ନମ୍ବର ୱାର୍ଡର ବିକାଶ ହେବ। ପ୍ରତ୍ୟେକ ୱାର୍ଡବାସୀଙ୍କୁ ସମସ୍ତ ମୌଳିକ ସୁବିଧା ଯୋଗାଇ ଦିଆଯିବ। ୱାର୍ଡରେ କୌଣସି ମୌଳିକ ସମସ୍ୟା ରହିବ ନାହିଁ। ଆଜି କଂଗ୍ରେସ ପ୍ରାର୍ଥୀ ଇଂ ସୂର୍ଯ୍ୟକାନ୍ତ ଜେନା ଏଭଳି ପ୍ରତିଶ୍ରୁତି ଧରି ପ୍ରଚାର ଅଭିଯାନ ଜୋର୍‌ଦାର କରିଛନ୍ତି। ଘର ଘର ବୁଲି ସମସ୍ତ ସମସ୍ୟାର ସମାଧାନ ନେଇ ପ୍ରତିଶ୍ରୁତି ଦେଇଥିଲେ।

ବରିଷ୍ଠ କଂଗ୍ରେସ ନେତା ବିଧାୟକ ସୁର ରାଉତରାୟ ଆଜି ତାଙ୍କ ପାଇଁ ପ୍ରଚାର ଅଭିଯାନରେ ସାମିଲ ହୋଇଥିଲେ। ସୂର୍ଯ୍ୟକାନ୍ତ ଜଣେ ଉଚ୍ଚଶିକ୍ଷିତ ଯୁବକ ହୋଇଥିବାରୁ ତାଙ୍କୁ ଭୋଟ୍‌ ଦେବାକୁ ସୁର ନିବେଦନ କରିଥିଲେ। ୱାର୍ଡରେ ଚିକିତ୍ସାଳୟଠାରୁ ଆରମ୍ଭ କରି ବରିଷ୍ଠ ନାଗରିକଙ୍କୁ ସେମାନଙ୍କ ପାଇଁ ବୈଠକ ଘର, ମଧ୍ୟବିତ୍ତ, ଗରିବ ଶ୍ରେଣୀର ଲୋକଙ୍କ ପାଇଁ କଲ୍ୟାଣମଣ୍ଡପ, କମ୍ୟୁନିଟି ସେଣ୍ଟର, ଅଞ୍ଚଳରେ ଡ୍ରେନ୍‌, ଆଲୋକୀକରଣ, ୨୪ଘଣ୍ଟିଆ ପାଣି ଯୋଗାଇ ଦେବାକୁ ଇସ୍ତାହାରରେ ସେ ପ୍ରାଧାନ୍ୟ ଦେଇଛନ୍ତି।

ବିଏମ୍‌ସି  ୱାର୍ଡ-୨୭: ଘର ଘର ବୁଲି କଂଗ୍ରେସ ପ୍ରାର୍ଥୀ ଅନିଲଙ୍କ ଭୋଟ୍‌ ଭିକ୍ଷା

୨୭ନମ୍ବର ୱାର୍ଡର କଂଗ୍ରେସ ପ୍ରାର୍ଥୀ ଅନିଲ କୁମାର ଦାସ(ଟୁଟୁ) ଘର ଘର ବୁଲି ଭୋଟ ଭିକ୍ଷା କରିଛନ୍ତି। ୱାର୍ଡର ଡ୍ରେନେଜ ସମସ୍ୟା, ସଫେଇ ଅବ୍ୟବସ୍ଥା ଓ ରାସ୍ତା ଅବ୍ୟବସ୍ଥା ଭଳି ବିଷୟ ନେଇ ଘର ଘର ବୁଲି ପ୍ରଚାର କରିଛନ୍ତି। ଜୟଦେବ ବିହାର, ନୂଆପଲ୍ଲୀ ଥାନା ଅଞ୍ଚଳ, ଇନ୍ଦ୍ରଧନୁ ମାର୍କେଟ୍, ବିଜୁ ପଟ୍ଟନାୟକ କଲେଜ ଅଞ୍ଚଳ ପ୍ରଭୃତି ବୁଲି ଜନସାଧାଣଙ୍କୁ ମୌଳିକ ସମସ୍ୟା ସମାଧାନ ଦିଗରେ ଆଲୋଚନା କରିଛନ୍ତି। ଅନିଲ ବହୁ ଦିନ ଧରି ରାମେଶ୍ୱର ସେବା ଟ୍ରଷ୍ଟ ଗଠନ କରି ପଶୁ ଓ ମଣିଷଙ୍କୁ ସେବା ଯୋଗାଇ ଦେଇ ଆସିଛନ୍ତି।

ଏହା ସହ ରକ୍ତଦାନ, ରୋଗୀସେବା ପରି ସାମାଜିକ କାର୍ଯ୍ୟରେ ସେ ସବୁବେଳେ ଆଗରେ ଥା’ନ୍ତି। କୋଭିଡ୍‌ ସମୟରେ ଗରିବ ଲୋକଙ୍କୁ ରନ୍ଧା ଖାଦ୍ୟ, ମାସ୍କ ବଣ୍ଟନ କରି ବେଶ୍‌ ପ୍ରଶଂସିତ ହୋଇଥିଲେ। ଜନସାଧାରଣ ତାଙ୍କୁ ବିଏମ୍‌ସିରେ ପ୍ରତିନିଧିତ୍ବ କରିବାର ସୁଯୋଗ ଦେଲେ ସେ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ସବୁପ୍ରକାର ମୌଳିକ ସୁବିଧା ଯୋଗାଇବାକୁ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର