କେଉଁ ଅଞ୍ଚଳ ଆସୁଛି
ଜ୍ଞାନ ନଗର, ବଡ଼ୁ ସାହି, ବିନ୍ଦୁସାଗର, ରାମେଶ୍ବର ପାଟଣା, ବାରିକ ସାହି, କୁଞ୍ଜପାଟଣା ସାହି, ମିଶ୍ର ସାହି, ପୂଜାପଣ୍ଡା ସାହି, ମଙ୍ଗଳା ସାହି, ବେହେରା ସାହି, ଚେମେଡି ଭୋଇ ସାହି, ଦରଜି ସାହି, ଲିଙ୍ଗରାଜ ନଗର, ଡାକବଙ୍ଗଳା ସାହି, ହରଚଣ୍ଡୀ ସାହି, ନାରଦ ସାହି
ଡ୍ରେନେଜ୍ ସମସ୍ୟା ୫୦% ଦୂର ହୋଇଛି, ବାକି ଖୁବ୍ ଶୀଘ୍ର ହେବ
୫ ବର୍ଷ ମଧ୍ୟରେ ୱାର୍ଡରେ ବିକାଶ ମୂଳକ କାମ ହୋଇଛି। ସମସ୍ତ ଅଞ୍ଚଳକୁ ରାସ୍ତା କରାଯାଇଛି। ୱାର୍ଡରେ ଶିଶୁ ଉଦ୍ୟାନ ପ୍ରତିଷ୍ଠା କରାଯିବା ସହ ଲୋକଙ୍କ ପାନୀୟ ଜଳ ଓ ଶୌଚାଳୟ ସମସ୍ୟାର ସମାଧାନ ହୋଇଛି। ଡ୍ରେନେଜ୍ ସମସ୍ୟା ୫୦% ଦୂର ହୋଇଛି। ଇଡ୍କୋ ଅଧୀନରେ କିଛି ଅଞ୍ଚଳ ଆସୁଥିବାରୁ ସେଠାରେ ବିକାଶ ହୋଇପାରୁନି। ଯୁବଗୋଷ୍ଠୀ ପାଇଁ ପ୍ରଶାନ୍ତି ବିହାର ଭିତରେ ଓପନ୍ ଜିମ୍ ପ୍ରତିଷ୍ଠା ପାଇଁ ଟେଣ୍ଡର ହୋଇଛି। ଏଲ୍ଇଡି ଲାଗିବା ସହ ହାଇମାକ୍ସ ଲାଇଟ୍ ଲଗାଯାଇଛି। ଲୋକଙ୍କ ସାଙ୍ଗରେ ସବୁବେଳେ ରହିଛି, ରହିବି।
ମମତା ରାଉତ, କର୍ପୋରେଟର
ଯାହା ହୋଇଛି ସବୁ ଅଧପନ୍ତରା
ଡ୍ରେନ୍ ସମସ୍ୟା ସେତେବେଳେ ଥିଲା ଏବେ ବି ରହିଛି। ରାସ୍ତା କାମ କିଛି ପରିମାଣ ଶେଷ ହୋଇଥିଲେ ମଧ୍ୟ ତାହା ନିମ୍ନମାନର। ପାଣି ଟାଙ୍କି ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନି। ଅମୃତ ଯୋଜନାରେ କେବଳ ବସ୍ତିକୁ ପାଣି ଦିଆଯାଇଛି। କଲୋନିକୁ ପାଇପ୍ ପାଣି ଆସିପାରିନି। ଦୀର୍ଘ ମାସ ହେଲା ନିର୍ମାଣ ହେଉଥିବା ବିଜୁ ପଟ୍ଟନାୟକ ମେମୋରିଆଲ୍ ସ୍କୁଲ କାମ ଏବେ ସୁଦ୍ଧା ଶେଷ ହେଉନି।
ସୁପ୍ରଭା ମିଶ୍ର, ପରାଜିତ ସ୍ବାଧୀନ ପ୍ରାର୍ଥୀ
ସମସ୍ୟାରେ ୱାର୍ଡ ବାସୀ ଧନ୍ଦି ହୋଇଗଲେଣି
ନିର୍ବାଚନ ସମୟରେ କର୍ପୋରେଟର ବହୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ କିଛି ପୂରଣ କଲେନି। ୱାର୍ଡ ବାସିନ୍ଦା ସମସ୍ୟାରେ ଧନ୍ଦି ହୋଇଯାଇଛନ୍ତି। ରଥ ରୋଡ୍ରେ ଡ୍ରେନ୍ କାମ ଟେଣ୍ଡର ହୋଇଥିଲେ ମଧ୍ୟ ତାହା ହୋଇପାରୁ ନାହିଁ, ବିଭିନ୍ନ ଗଳିକନ୍ଦିରେ ନିୟମିତ ମାଟି ଉଠୁନଥିବାରୁ ଲୋକଙ୍କ ଘରେ ନର୍ଦ୍ଦମା ପାଣି ପଶୁଛି। ଏହାର ତୁରନ୍ତ ସମାଧାନ ହେବା ଦରକାର।
ସ୍ବର୍ଣ୍ଣଲତା ବେହେରା, ପରାଜିତ ପ୍ରାର୍ଥୀ
ରାସ୍ତା ଓ ଡ୍ରେନ୍ କାମ ଖୁବ୍ ଶୀଘ୍ର ହେବ
ରାସ୍ତା ନେଇ ଲୋକଙ୍କର ଯାହା ଅଭିଯୋଗ ଅଛି ତାହା ଖୁବ୍ ଶୀଘ୍ର ସମାଧାନ ହେବ। ସବୁ ବିପର୍ଯ୍ୟସ୍ତ ରାସ୍ତା, ଡ୍ରେନ୍ର ନିର୍ମାଣ ଓ ମରାମତି ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ଖୁବ୍ ଶୀଘ୍ର କାମ ଆରମ୍ଭ ହେବ।
ରଶ୍ମିତା ମହାପାତ୍ର, କର୍ପୋରେଟର୍