ଭୁବନେଶ୍ବର, ୧୪/୩(ଇମିସ): ୩୭ ନମ୍ବର ୱାର୍ଡ ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ବନ୍ଦିତା ପାଲ୍ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନାହାନ୍ତି। ସେ ସ୍ବାଧୀନ ଭାବେ ଲଢ଼ିବେ ବୋଲି ଘୋଷଣା କରିଛନ୍ତି। ଆଜି ବନ୍ଦିତା ଓ ତାଙ୍କ ସ୍ବାମୀ ଅର୍ଜୁନ ବେହେରା ଏକ ସାମ୍ବାଦିକ ସମ୍ମିଳନୀ ଡାକି ଏ ସମ୍ପର୍କରେ ସୂଚନା ଦେଇଥିଲେ। ବନ୍ଦିତା କହିଥିଲେ ଯେ ଦଳ କିମ୍ବା ଦଳୀୟ ଟିକେଟ ମୋ ପାଇଁ ବଡ଼ ନୁହେଁ। ଲୋକଙ୍କ ସମର୍ଥନ ମୋର ସମ୍ବଳ। ମୋ ସହ ଲୋକଙ୍କ ସମର୍ଥନ ରହିଛି। ତେଣୁ ସେମାନଙ୍କ ସମସ୍ୟାର ସମାଧାନ କରିବା ମୋର ମୂଳଲକ୍ଷ୍ୟ।
ୱାର୍ଡରେ ରାସ୍ତାଘାଟ ଠାରୁ ଆରମ୍ଭ କରି ପିଇବା ପାଣି ପର୍ଯ୍ୟନ୍ତ ମାଳ ମାଳ ମୌଳିକ ସମସ୍ୟା ରହିଛି। କର୍ପୋରେଟର ହେଲେ ୱାର୍ଡର ସମସ୍ତ ଛୋଟ ବଡ ଡ୍ରେନେଜ୍ ପୁନରୁଦ୍ଧାର, ଜଳାଶୟର ପୁନରୁଦ୍ଧାର, ବରିଷ୍ଠ ଲୋକଙ୍କ ପାଇଁ ସ୍ବତନ୍ତ୍ର ବୈଠକ ଗୃହ, ମହିଳାମାନଙ୍କ ପାଇଁ ସ୍ବତନ୍ତ୍ର ମହିଳା ସମିତି ଗୃହ, ୱାର୍ଡର ରାସ୍ତା ଗୁଡିକର ଉନ୍ନତୀକରଣ, ସ୍ଥାୟୀ ଚିକିତ୍ସାଳୟ ସ୍ଥାପନ, ଆମ୍ବୁଲାନ୍ସର ସୁବିଧା ଭଳି ମୌଳିକ ସମସ୍ୟାର ସ୍ଥାୟୀ ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।