ଭୁବନେଶ୍ୱର: ଓ୍ଵାରିସ ଫାଉଣ୍ଡେସନ୍ ପକ୍ଷରୁ ପୋଖରୀପୁଟସ୍ଥିତ ଏନ୍ସିଏସ୍ସିଡିଏ ପରିସରରେ ଆଜି ଦିବ୍ୟାଙ୍ଗ ଶିଶୁମାନଙ୍କୁ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜିର ସଭାରେ ଅତିଥି ଭାବେ ଏନ୍ସିଏସ୍ସିଡିଏର ଅଧ୍ୟକ୍ଷ ରାମକ୍ରିଷ୍ଣ ଶର୍ମା, ଅବସରପ୍ରାପ୍ତ ସିବିଆଇ ବିଚାରପତି ସଞ୍ଜୟ କୁମାର ପଣ୍ଡା, ଶିଳ୍ପପତି ନିଶିକାନ୍ତ ମିଶ୍ର, ସମାଜସେବୀ ମୀରା ପରିଡ଼ା ଓ ଅଭିନେତା ଉଦୟାନ ଅପରାଜିତ ପ୍ରମୁଖ ଯୋଗ ଦେଇଥିଲେ। ସମାଜରେ ସାଧାରଣ ମଣିଷଙ୍କ ପରି ଦିବ୍ୟାଙ୍ଗମାନେ କିପରି ଉନ୍ନତିର ଶୀର୍ଷ ସ୍ତରକୁ ଛୁଇଁବେ ସେହି ବିଷୟରେ ଅତିଥିମାନେ ଆଲୋକପାତ କରିଥିଲେ। ଦିବ୍ୟାଙ୍ଗମାନେ ଜୀବନରେ ନିଜକୁ କେବେ କମ୍ ନ ଭାବି ସଫଳତା ପଛରେ ଆଗେଇଯିବାକୁ ପରାମର୍ଶ ଦେଇଥିଲେ। ଦିବ୍ୟାଙ୍ଗ ପିଲାଙ୍କୁ ନେଇ ଚିତ୍ରାଙ୍କନ, ସଙ୍ଗୀତ, ନୃତ୍ୟ ପରି ଅନେକ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଓ୍ଵାରିସ୍ ଫାଉଣ୍ଡେସନ୍ର ସମ୍ପାଦିକା ଲୋରା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମକୁ ଶୁଭଜିତ ପଣ୍ଡା ସଂଯୋଜନା କରିଥିଲେ। ଅନୁଷ୍ଠାନର ଅନ୍ୟ କର୍ମକର୍ତ୍ତା ସାଧନା ମିଶ୍ର, ନମସ୍ୟା ନାୟକ ଓ ମନୀଷା ଆଚାର୍ଯ୍ୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଓ୍ଵାରିସ ଫାଉଣ୍ଡେସନ୍ ପକ୍ଷରୁ ଦିବ୍ୟାଙ୍ଗ ଶିଶୁଙ୍କୁ ପରୁସ୍କାର ବିତରଣ
/sambad/media/post_attachments/wp-content/uploads/2018/05/Waris-Foundation.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)