ଫୁଟ୍‌ପାଥ୍‌ରେ ବ୍ୟବସାୟ ନକରିବାକୁ ଚେତାବନୀ

ଭୁବନେଶ୍ୱର: ବିଏମ୍‌ସି ଓ ବିଡିଏର ଏକ ସ୍ବତନ୍ତ୍ର ସ୍କ୍ବାଡ୍‌ ଆଜି  ବାପୁଜୀ ନଗର, ଏକ ନମ୍ବର ମାର୍କେଟ୍‌, ଶିଶୁ ଭବନ, ଫରେଷ୍ଟ ପାର୍କ ସହ ଅଶୋକ ନଗରର ସମସ୍ତ ଜାଗାରେ ଡାକବାଜି ଯନ୍ତ୍ର ସହାୟତାରେ ଫୁଟ୍‌ପାଥକୁ ଜବରଦଖଲ ନ କରିବାକୁ ଚେତାବନୀ ଦେଇଛି। ଦୋକାନ ଆଗରେ ବିକ୍ରି ପାଇଁ ଗଦା ହୋଇଥିବା ଜିନିଷକୁ ହଟାଇବା ପାଇଁ ଦୋକାନୀମାନଙ୍କୁ କୁହାଯାଇଛି। ବୁଲା ବିକାଳି ଯେଭଳି ଏହି ଫୁଟ୍‌ପାଥ୍‌ରେ ଛିଡ଼ା ହେବେ ନାହିଁ ସେ ନେଇ ସେମାନଙ୍କୁ ମଧ୍ୟ ଚେତାଇ ଦିଆଯାଇଛି। ବାପୁଜୀ ନଗରରେ କେତେକ ଇଲେକ୍ଟ୍ରୋନିକ୍‌ସ୍‌ ସାମଗ୍ରୀ ବ୍ୟବସାୟୀ ରାସ୍ତା ଉପରୁ ଜିନିଷ ହଟାଇ ନଥିବାରୁ  ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଅଧିକାରୀମାନେ ଜିନିଷ ଉଠାଇ ନେଇଯିବା ପାଇଁ ଡାକବାଜି ଯନ୍ତ୍ର ସହାୟତାରେ ଘୋଷଣା କରିବାରୁ ଜିନିଷ ଉଠା ଯାଉଥିବା ଦେଖାଯାଇଥିଲା। ଆସନ୍ତାକାଲିଠାରୁ ବିନା ସୂଚନାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସ୍ପଷ୍ଟ କରାଯାଇଛି।

ସମ୍ବନ୍ଧିତ ଖବର