ନାତି ବ୍ରତଘର ନିମନ୍ତ୍ରଣ କାର୍ଡ ବାଣ୍ଟିବା ବେଳେ ଟଳି ପଡ଼ିଲେ ଜେଜେ

ବାଲିଅନ୍ତା: ନାତି ବ୍ରତଘର କାର୍ଡ ବାଣ୍ଟୁଥିବା ବେଳେ ଟଳି ପଡ଼ିଲେ ଜେଜେ। ବେଣ୍ଟପୁର ଜାଗିରି ଗ୍ରାମରେ ଆଜି ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ, ସ୍ଥାନୀୟ ଅଞ୍ଚଳର ବରିଷ୍ଠ କଂଗ୍ରେସ ନେତା ସୁଧୀର ଦାଶ। ସୂଚନା ଅନୁସାରେ, ଗତକାଲି ସଂଧ୍ୟାରେ ସୁଧୀର ତାଙ୍କ ନାତିର ବ୍ରତୋପନୟନ ନିମନ୍ତ୍ରଣ କାର୍ଡ ବାଣ୍ଟିବା ପାଇଁ ବାଲିପାଟଣା ବ୍ଲକ ଅଧୀନ ବନମାଳିପୁର, ଧାନହରା, କିଆଜୋରି ଯାଇଥିଲେ। ସେଠାରୁ ଫେରି ବେଣ୍ଟପୁର ଓ ଭିଙ୍ଗାରପୁର ପଞ୍ଚାୟତକୁ କାର୍ଡ ବାଣ୍ଟିବାକୁ ଯାଉଥିଲେ। ତେବେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଘରକୁ ଫେରି ଆସିଥିଲେ। ଘରେ ପହଞ୍ଚିବା ପରେ ତାଙ୍କ ଅବସ୍ଥା ସଂକଟାପନ୍ନ ହୋଇପଡ଼ିଥିଲା। ପରିବାରଲୋକ ତାଙ୍କୁ ହସ୍ପିଟାଲ ନେଇଥିଲେ ହେଁ ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ବରିଷ୍ଠ କଂଗ୍ରେସ ନେତା ବେଣୁଧର ଭୋଇ, ବିପିନ ପାତ୍ର, ବାଲିପାଟଣା ବ୍ଲକ ସଭାପତି ବଟକୃଷ୍ଣ ରାଉତରାୟ ପ୍ରମୁଖ ଜାଗିରିସ୍ଥିତ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ଗାଁ ମଶାଣିରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା।

ସମ୍ବନ୍ଧିତ ଖବର