ବେଗୁନିଆ: ଆଜି ଅପରାହ୍ନରେ ବେଗୁନିଆ ବ୍ଲକ୍ ବାଘମାରୀ ପଞ୍ଚାୟତର ଅଟ୍ରି ନିକଟ କରଡ଼ଗାଡ଼ିିଆ ଚତରା ନାଳରେ ଭାସିଯାଇ ଭୁବନେଶ୍ୱରର ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଛି। ସୂଚନାନୁଯାୟୀ, ଆଜି ଭୁବନେଶ୍ୱର ୟୁନିଟ-୮ ଅଞ୍ଚଳରୁ ୫ଜଣ ସାଙ୍ଗ ଅଟ୍ରି ସ୍ଥିତ ଉଷ୍ଣପ୍ରସ୍ରବଣକୁ ବୁଲିବାକୁ ଆସିଥିଲେ। ତେବେ ସେମାନଙ୍କ ମଧ୍ୟରୁ ଯୁକ୍ତ ୨ ଶେଷ ବର୍ଷ ଛାତ୍ର ପପୁ ସାସମଲ(୧୮)ଙ୍କର ଗୋଡ଼ରେ କାଦୁଅ ଲାଗିଯିବାରୁ ସେ ଧୋଇ ହେବା ପାଇଁ ନିକଟ କରଡ଼ଗାଡ଼ିିଆ ଚତରାକୁ ଯାଇଥିଲେ। ମାତ୍ର ସେଠାରେ ତାଙ୍କ ଗୋଡ଼ ଖସିଯିବାରୁ ସେ ଜଳସ୍ରୋତରେ ପଡ଼ିି ଭାସି ଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ସାଙ୍ଗ ଗୋବିନ୍ଦ ପାତ୍ର (୧୮) ମଧ୍ୟ ସ୍ରୋତରେ କିଛି ଦୂର ଭାସିଯାଇ ଗୋଟିଏ ଗଛକୁ ଧରି ନିଜ ଜୀବନକୁ ବଞ୍ଚାଇପାରିଥିଲେ। ଅପରପକ୍ଷେ, ଘଟଣାଟି ଅପରାହ୍ନ ୨ ଟାରେ ଘଟିଥିଲେ ହେଁ ରଥଯାତ୍ରାରେ ନିୟୋଜିତ ଥିବା ପୁଲିସ ଓ ବେଗୁନିଆ ଅଗ୍ନିଶମ କର୍ମଚାରୀମାନେ ଅପରାହ୍ନ ୪ଟାରେ ଘଟଣାସ୍ଥଳରେ ପହଞ୍ଚି ପାଣିରେ ବୁଡ଼ିି ୨୦୦ ମିଟର ଦୂର ଏକ ଗବ ଗଛରେ ଲାଖିଥିବା ପପୁଙ୍କର ମୃତଦେହକୁ ଉଦ୍ଧାର କରିଥିଲେ। ପରେ ବ୍ୟବଚ୍ଛେଦ ପାଇଁ ଶବକୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।
ନାଳରେ ଭାସିଯାଇ ଛାତ୍ର ମୃତ
/sambad/media/post_attachments/wp-content/uploads/2018/07/dead-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)