ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୨ ନମ୍ବର ଖୁଆଡ଼ ମଧ୍ୟରେ ପରସ୍ପର ସଂଘର୍ଷରେ ଏକ ଅଣ୍ଡିରା ଜଳହସ୍ତୀର ମୃତ୍ୟୁ ହୋଇଛି। ମୃତ ଜଳହସ୍ତୀଟିର ବୟସ ପ୍ରାୟ ୧୫ ବର୍ଷ ହେବ। ରବିବାର ଅନ୍ୟ ଏକ ଅଣ୍ଡିରା ଜଳହସ୍ତୀ ସହିତ ତାର ଲଢ଼େଇ ହୋଇଥିଲା। ଲଢ଼େଇରେ ସେ ରକ୍ତାକ୍ତ ହୋଇ ପଡ଼ିଥିଲା। ସୋମବାର ତାର ମୃତ୍ୟୁ ହୋଇଯାଇଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଶବକୁ ଖୁଆଡ଼ ମଧ୍ୟସ୍ଥ ପାଣିରୁ ଉଦ୍ଧାର କରାଯାଇ ପାରି ନଥିଲା। ଏହାର ମୃତ୍ୟୁ ଫଳରେ ନନ୍ଦନକାନନର ଜଳହସ୍ତୀ ସଂଖ୍ୟା ୧୫କୁ ହ୍ରାସ ହୋଇଛି। ତନ୍ମଧ୍ୟରେ ୮ଟି ମାଈ, ୫ଟି ଅଣ୍ଡିରା ଓ ଲିଙ୍ଗ ଚିହ୍ନଟ ହୋଇ ନଥିବା ୨ଟି ଶାବକ ଅଛନ୍ତି।
ନନ୍ଦନକାନନରେ ଜଳହସ୍ତୀର ମୃତ୍ୟୁ
/sambad/media/post_attachments/wp-content/uploads/2018/07/nandan.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)