ଚନ୍ଦ୍ରଶେଖରପୁର : ମ୍ୟାଗନେଟ୍ ଛକଠାରୁ କିଟ୍’ କ୍ୟାମ୍ପସ୍ ପର୍ଯ୍ୟନ୍ତ ରାସ୍ତା ଉପରେ ଦେଢ଼ ଫୁଟ୍ରୁ ଅଧିକ ଉଚ୍ଚତାରେ ପାଣି ଚାଲୁଥିବା ବେଳେ ଆଜି ବର୍ଷା ପରେ ନାକେଦମ୍ ହୋଇଛନ୍ତି ରାଜ୍ୟ ବାହାରୁ କିଟ୍’ ଆସିଥିବା ଶିକ୍ଷାର୍ଥୀ ଓ ଅଭିଭାବକ। ସ୍ମାର୍ଟସିଟିର ଏପରି ଦୃଶ୍ୟ ଦେଖି ସମସ୍ତେ ନାକ ଟେକିଛନ୍ତି । ପ୍ରବଳ ବର୍ଷା ଫଳରେ କିଟ୍’ ରାସ୍ତାରେ ବର୍ଷାପାଣି ଜମା ହୋଇ ଟ୍ରାଫିକ୍ ସମସ୍ୟା ସୃଷ୍ଟି କରିଥିଲା। ରାସ୍ତା କଡ଼ରେ ଥିବା ବିଭିନ୍ନ ସପିଂମଲ୍ର ପାର୍କିଂ ନଥିବାରୁ ରାସ୍ତା ଉପରେ ଲୋକମାନେ ବାଇକ୍ ଓ କାର୍ ରଖିବାରୁ ଯାତାୟାତ ନେଇ ସମସ୍ୟା ଦେଖାଯାଇଥିଲା। ଆଜି କିଟ୍’ରେ ଛାତ୍ରଛାତ୍ରୀଙ୍କ ପ୍ରବେଶିକା ପରୀକ୍ଷା ଚାଲିଥିବା ବେଳେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା। ଫଳରେ ଟ୍ରାଫିକ୍ ସମସ୍ୟା ସମସ୍ତଙ୍କୁ ନାକେଦମ୍ କରିଥିଲା। ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ସୂଚନା ଅନୁଯାୟୀ ଉକ୍ତ ରାସ୍ତାରେ ସ୍ୱେରେଜ୍ କାମ ଶେଷ ହେବାପରେ ନୂଆ ରାସ୍ତା ନିର୍ମାଣ କରାଯାଇଥିଲା। ଯାହା ନିମ୍ନମାନର ହୋଇଥିବାରୁ ଏବେ ସେହି ରାସ୍ତାରେ ପାଣି ଜମା ହେଉଛି। ଏହି ସମସ୍ୟାକୁ ସମାଧାନ କରିବା ନେଇ ସ୍ଥାନୀୟ ବାସିନ୍ଦା, ବରିଷ୍ଠ ନାଗରିକ ଓ ଯୁବକ ସଂଘର ସଭ୍ୟମାନେ ସ୍ଥାନୀୟ କର୍ପୋରେଟର୍ ଓ ବିଧାୟକଙ୍କୁ ଜଣାଇଛନ୍ତି।
କିଟ୍ ରାସ୍ତାରେ ଆଣ୍ଠୁଏ ପାଣି, ନାକେଦମ୍ କଲା ଟ୍ରାଫିକ୍ ସମସ୍ୟା
/sambad/media/post_attachments/wp-content/uploads/2018/07/madhu-kiit.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)