ବେଦାନ୍ତ ଭୁବନେଶ୍ୱରରେ ଆରମ୍ଭ କଲା ଜଳସେବା ଶିବିର

ଭୁବନେଶ୍ୱର: ସଂପ୍ରତି ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ଉତ୍ତାପ ସାଙ୍ଗକୁ ତାପମାତ୍ରା ୪୨ ଡିଗ୍ରିରୁ ଅଧିକ ହୋଇଛି। ଏହି ସମୟରେ ଗରମରୁ ମୁକ୍ତି ପାଇବା ପାଇଁ ଶୀତଳ ଜଳ, ଲେମ୍ବୁ, ପାଣି ଓ ବଟର ମିଲ୍କ ଆବଶ୍ୟକତା, ଗରିବ ଲୋକମାନେ ଗ୍ରୀଷ୍ମ ତାତିରୁ ରକ୍ଷା ପାଇବା ଲାଗି ସୁରକ୍ଷା ଖୋଜୁଥିଲା ବେଳେ ବେଦାନ୍ତ କଂପାନି ବିଏମସି ସହଯୋଗରେ ବିଏମସି ଦ୍ୱାରା ଚିହ୍ନିତ ୧୫ଟି ପ୍ରମୁଖ ସ୍ଥାନରେ ଜଳ ସେବା ଶିବିର ସ୍ଥାପନ କରିଛି। ଏହି ଶିବିରରେ ଲୋକମାନଙ୍କୁ ୨୨ ଜୁନର ମଧ୍ୟଭାଗ ପର୍ଯ୍ୟନ୍ତ ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଶୀତଳ ପାଣି, ଲେମ୍ବୁ ପାଣି ଓ ବଟର ମିଲକ୍ ପ୍ରଦାନ କରାଯିବ। ଏହି କିଓକ୍ସ ଗୁଡ଼ିକୁ ଦୁଇଟି ସ୍ୱେଛାସେବୀ ସଂଗଠନ ଅଟୋ ମହାସଂଘ ଓ ଦିଶା, ବାଇଓଗ୍ରାମ ଏକ ମହିଳା ଷ୍ଟାର୍ଟଅପ ଦ୍ୱାରା ପରିଚାଳନା କରାଯାଉଛି ।

ଭୁବନେଶ୍ୱର ମେୟର ସୁଲୋଚନା ଦାସ ଆଜି ସବୁ କିଓକ୍ସଗୁଡ଼ିକୁ ଉଦଘାଟନ କରିଥିଲେ। ଏହି ଅବସରରେ ପୂର୍ବତନ ସିଏମଡି ନାଲକୋ ଓ ପ୍ରେସିଡେଂଟ- ବେଦାନ୍ତ ଏବଂ ଇସ୍ପାତ, କୋଇଲା ଓ ଆଲୁମିନିୟମ କ୍ଷେତ୍ରରେ ଉତମ ସିଏସଆର କାର୍ଯ୍ୟ ପାଇଁ ପ୍ରଶଂସିତ ଡ.ତପନ ଚାନ୍ଦ ଉପସ୍ଥିତ ଥିଲେ । ଶ୍ରୀମତୀ ଦାସ ଯଥା ସମୟରେ ବିଏମସି ଓ ବେଦାନ୍ତ ପକ୍ଷରୁ ଗ୍ରହଣ କରାଯାଇଥିବା ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ । ସେ ମଧ୍ୟ ସବୁଜିମା ବିକାଶ ଓ ବର୍ଷା ସୃଷ୍ଟି ପାଇଁ ବୃକ୍ଷରୋପଣ କରିବାକୁ ପରାମର୍ଶ ଦେଇଥିଲେ । ବେଦାନ୍ତ ଆଲୁମିନିୟମ ଓ ପାୱାରର ସିଇଓ ରାହୁଲ ଶର୍ମା, ଏହି ଜଳ ସେବା ଶିବିରର ଆବଶ୍ୟକତା ସଂପର୍କରେ ସୂଚନା ଦେଇଥିଲେ । ବେଦାନ୍ତ ପକ୍ଷରୁ ମଧ୍ୟ ଖୁବ ଶୀଘ୍ର ରାଜ୍ୟବ୍ୟାପୀ ଏହି ପରି ଅନେକ କାର୍ଯ୍ୟକ୍ରମ କରାଯିବ।

ଏହି ସମାରୋହରେ ଓଡ଼ିଶାର କେତେକ ପ୍ରତିଷ୍ଠିତ ବ୍ୟକ୍ତି ଯୋଗଦେଇଥିଲେ । ଗଭର୍ନର ହାଉସ ନିକଟରେ ସେବା ଶିବିର ଉଦଘାଟନ କରିବା ସମୟରେ ଓଡ଼ିଆ ସୁପରଷ୍ଟାର ସବ୍ୟସାଚି ମିଶ୍ର କହିଥିଲେ ଯେ ବେଦାନ୍ତ ହେଉଛି ଲୋକମାନଙ୍କର ବନ୍ଧୁ। ପଦ୍ମବିଭୂଷଣ ଉପାଧୀରେ ସମ୍ମାନିତ ସୁଦର୍ଶନ ସାହୁ ଓ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ ପ୍ରଭାକର ମହାରଣା ବାଣୀବିହାର ଓ ନୟାପଲ୍ଲୀସ୍ଥିତ ଜଳସେବା ଶିବିରକୁ ଉଦଘାଟନ କରି କହିଥିଲେଯେ ବେଦାନ୍ତ ଆଲୁମିନିୟମ ସର୍ବଦା ଓଡ଼ିଶାର କଲ୍ୟାଣ ପାଇଁ କାର୍ଯ୍ୟକରି ଆସୁଛି । ପଦ୍ମଶ୍ରୀପ୍ରାପ୍ତ ଅରୁଣା ମହାନ୍ତି ମାଷ୍ଟରକ୍ୟାଂଟିନ ଜଳସେବା ଶିବିର ଉଦଘାଟନ କରିଥିଲେ ଓ ଗରିବ ଲୋକମାନଙ୍କ ସେବା ପାଇଁ ବେଦାନ୍ତର ଭୂମିକାକୁ ପ୍ରଶଂସା କରିଥିଲେ। ଶିବ ଚିଦାନନ୍ଦ ସେଂଟେନାରୀ ବିଦ୍ୟାଳୟର ସ୍ୱାମୀ ଜଗଦାନନ୍ଦ ରବୀନ୍ଦ୍ର ସଦନ ନିକଟରେ ଥିବା ଶିବିର ଉଦଘାଟନ କରିଥିଲେ ଓ ବେଦାନ୍ତର ଏହି ମହତ କାର୍ଯ୍ୟକୁ ଆଶୀର୍ବାଦ ଦେଇଥିଲେ । ଶ୍ରୀୟା ସିନେମା ହଲ୍‌ ନିକଟ ଗୁରୁଦ୍ୱାର ଜଳ ସେବା କେନ୍ଦ୍ରକୁ ଉଦଘାଟନ କରିଥିଲେ ପ୍ରଖ୍ୟାତ ସମାଜସେବୀ ଆରତି ଦେବୀ। ସେ ଲାଂଜିଗଡ଼ ଓ ଝାରସୁଗୁଡ଼ାରେ ବେଦାନ୍ତ ପକ୍ଷରୁ କରାଯାଉଥିବା ଜନମଙ୍ଗଳ କାର୍ଯ୍ୟକୁ ପ୍ରଶଂସା କରିଥିଲେ । କିଟ ଇଂଟରନ୍ୟାସନାଲ ସେଂଟରର ନିର୍ଦ୍ଦେଶକ ଜୟନ୍ତ ପରିଡ଼ା ଓ ଏଲଟି ଜେନେରାଲ ଜେକେ ମହାନ୍ତି ଅଧ୍ୟକ୍ଷ, ଭାରତୀୟ ବିଦ୍ୟା ଭବନ, ଭୁବନେଶ୍ୱର ଜଳସେବା କେନ୍ଦ୍ର ଉଦଘାଟନ ସମୟରେ ବେଦାନ୍ତକୁ ବହୁ ପ୍ରଶଂସା କରିଥିଲେ। ବହୁ ଜନକଲ୍ୟାଣ ସଂଘ, ନାଗରିକ ସଂଗଠନ ଓ ଗୋଷ୍ଠୀ ରାଜ୍ୟ ସ୍ତରରେ ବେଦାନ୍ତର ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି ।

ସମ୍ବନ୍ଧିତ ଖବର