ଜଳସେବା କାର୍ଯ୍ୟକ୍ରମ

ଭୁବନେଶ୍ବର: ରତ୍ନାକରବାଗ ମହିଳା ସମିତି ଆନୁକୂଲ୍ୟରେ ଗତ ୧୮ ତାରିଖ ଦିନ ସ୍ଥାନୀୟ ଟଙ୍କପାଣି ରୋଡ୍‌ରେ ଏକ ଜଳସେବା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ମହିଳା ସମିତିର କର୍ମକର୍ତ୍ତା ଓ ସଦସ୍ୟାମାନେ ଉପସ୍ଥିତ ରହି ଭୀଷଣ ଖରାରେ ଯାଉଥବା ପଥଚାରୀମାନଙ୍କୁ ଦହି ଚଲ୍ଲା ପିଇବା‌କୁ ଦେଇଥିଲେ। ପୂର୍ବତନ ସ୍ଥାନୀୟ ମହିଳା କର୍ପୋରେଟର ‌ସେଠାରେ ଉପସ୍ଥିତ ରହି ଜଳ ସେବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ମହିଳା ସମିତିର ଏଭଳି କାର୍ଯ୍ୟକୁ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଉଚ୍ଚ ପ୍ରଶଂସା କରାଯାଇଛି।

ସମ୍ବନ୍ଧିତ ଖବର