ଗଛରେ ପିଟିହେଲା ତୀର୍ଥଯାତ୍ରୀ ବସ୍‌, ଅଳ୍ପକେ ବର୍ତିଲେ ୪୦ ଯାତ୍ରୀ

ବାଲିଅନ୍ତା: ପଶ୍ଚିମବଙ୍ଗର ୪୦ରୁ ଅଧିକ ଯାତ୍ରୀଙ୍କୁ ନେଇ କୋଣାର୍କରୁ ଭୁବନେଶ୍ବର ଫେରୁଥିବା ବେଳେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭୁବନେଶ୍ବର-ବାଲିପାଟଣା ମୁଖ୍ୟ ରାସ୍ତାର ବାଳକାଟି ଫାଣ୍ଡି ଅଧୀନ ଶିଶିଲୋ ‌ଛକ ନିକଟ‌ରେ ଆଜି ଅପରାହ୍ନରେ ବସ୍‌ଟି ଏକ ଟ୍ରକକୁ ଅତିକ୍ରମ କରିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼ ଗଛରେ ପିଟି ହୋଇଯିବାରୁ ଚାଳକ ସାମାନ୍ୟ ଆହତ ହୋଇଥିଲେ। ହେଲେ ସୌଭାଗ୍ୟବଶତଃ ବସ୍‌ର ପ୍ରାୟ ୪୦ ଯାତ୍ରୀ ଅଳ୍ପକେ ବର୍ତି ଯାଇଛନ୍ତି। ସ୍ଥାନୀୟ ଲୋକ ଆହତ ଚାଳକଙ୍କୁ ଡାକ୍ତରଖାନା ପଠାଇ ଦେଇଥିଲେ। ଦୁର୍ଘଟଣା ସଂପର୍କରେ ସେମାନେ ବାଳକାଟି ଫାଣ୍ଡିକୁ ଫୋନ କରି ଜଣାଇଥିଲେ। କିନ୍ତୁ ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ଘଟଣାସ୍ଥଳରେ ପୁଲିସ ନପହଞ୍ଚିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର