ଆମ ସମୟରେ ଛାତ୍ର ରାଜନୀତି ଛାତ୍ରମାନଙ୍କ ମଧ୍ୟରେ ସୀମିତ ରହୁଥିଲା। ରାଜନୈତିକ ଦଳକୁ ହସ୍ତକ୍ଷେପ କରିବାକୁ ସୁଯୋଗ ଦିଆଯାଉ ନଥିଲା। କୌଣସି ରାଜନୈତିକ ଦଳ ବି ଛାତ୍ର ରାଜନୀତି ଭିତରେ ପଶୁ ନଥିଲେ। ସେତେବେଳେ ଛାତ୍ରଛାତ୍ରୀ ସେମାନଙ୍କ ନେତା ବାଛିବା ପାଇଁ ଚାପରେ ରହୁ ନଥିଲେ। ନିର୍ଦ୍ଦିଷ୍ଟ ଛାତ୍ରନେତାଙ୍କୁ ଭୋଟ୍ ଦେବା ପାଇଁ ସେମାନଙ୍କୁ ବାଧ୍ୟ କରାଯାଉ ନଥିଲା। ଛାତ୍ରଛାତ୍ରୀ ନିଜ ପସନ୍ଦର ମୁତାବକ ନେତା ବାଛୁଥିଲେ। କ୍ୟାମ୍ପସ୍ରେ ବିବାଦ କିମ୍ବା ହିଂସା ଘଟୁ ନ ଥିଲା। ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ହେଉଥିଲା। ଆମ ବେଳେ ମାତ୍ର ୧୫ ଟଙ୍କାରେ ନିର୍ବାଚନ ଲଢ଼ୁଥିଲୁ। କେବଳ ହାତଲେଖା ପୁସିଂ କାର୍ଡ ଦେଇ ପ୍ରଚାର କରୁଥିଲୁ ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ। ଆଜିର ଛାତ୍ର ସଂସଦ ନିର୍ବାଚନ କୌଣସି ରାଜନୈତିକ ଦଳର ନିର୍ବାଚନଠାରୁ କମ୍ ନୁହେଁ। ଆଜିକାଲି ଛାତ୍ର ସଂସଦ ନିର୍ବାଚନରେ ରାଜନୈତିକ ଦଳଙ୍କ ହସ୍ତକ୍ଷେପ ରହୁଛି। ରାଜନେତାମାନେ ସିଧା ସଳଖ ଏଥିରେ ସଂଶ୍ଳିଷ୍ଟ ରହୁଛନ୍ତି। ନିର୍ବାଚନ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। ଏମିତିକି ନିର୍ବାଚନ ଖର୍ଚ୍ଚର୍ ୧୫ ଲକ୍ଷ ଟଙ୍କାରେ ପହଞ୍ଚୁଛି। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପିଲାଙ୍କ ମଧ୍ୟରେ ଫାଟ ସୃଷ୍ଟି କରାଯାଉଛି। କ୍ୟାମ୍ପସ୍ରେ ହିଂସା ବଢ଼ୁଛି। ଶୈକ୍ଷିକ ବାତାବରଣକୁ ନଷ୍ଟ କରିିଦିଆଯାଉଛି ବୋଲି ଶ୍ରୀ ଘଡ଼େଇ କହିଛନ୍ତି।
ମାତ୍ର ୧୫ ଟଙ୍କାରେ ନିର୍ବାଚନ ଲଢ଼ୁଥିଲୁ
ମୋ ବେଳର ଛାତ୍ର ସଂସଦ ନିର୍ବାଚନ
/sambad/media/post_attachments/wp-content/uploads/2018/08/Prafulla-Ghadai.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)