ଓ୍ଵି ଫର୍‌ ୟୁ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ : ସମ୍ବର୍ଧିତ ହେଲେ ୨୫ ଆଦର୍ଶ ମହିଳା

ଭୁବନେଶ୍ୱର : ମହିଳା ଦିବସ ଉପଲକ୍ଷେ ସ୍ୱେଚ୍ଛାସେବୀ ସଂଗଠନ ‘ଓ୍ଵି ଫର୍‌ ୟୁ’ ଏବଂ ଏଜେଏସ୍‌ଏର ମିଳିତ ଆନୁକୂଲ୍ୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସ୍ଥାନୀୟ ରୋଟାରି ଭବନଠାରେ ଆୟୋଜନ କରାଯାଇଥିଲା। ଏହି ଅବସରରେ ନିଜର ଉଦ୍ୟମ ବଳରେ ସମାଜର ଆଦର୍ଶ ପାଲଟିଥିବା ୨୫ ମହିଳାଙ୍କୁ ‘ଓ୍ଵିମେନ୍‌ ଅଫ୍‌ କରେଜ୍‌ ଆଓ୍ଵାର୍ଡ-୨୦୧୮’ରେ ସମ୍ମାନିତ କରାଯାଇଛି। ଏଥିରେ ଅତିଥି ଭାବେ ଓଡ଼ିଶା ବିଜ୍ଞାନ ଏକାଡେମିର ସଭାପତି ସଂଘମିତ୍ରା ମହାନ୍ତି ଯୋଗଦେଇ ନାରୀମାନଙ୍କୁ ଏକ ଉପାଧି ସହିତ ତୁଳନା କରି ପ୍ରତ୍ୟେକ ମହିଳା ଜଣେ ଜଣେ ଇଂଜିନିୟର ବୋଲି କହିଥିଲେ। ମେୟର ଅନନ୍ତ ନାରାୟଣ ଜେନା, ପୁଣ୍ୟ ଉତ୍କଳର ସଭାପତି ମନୋରଞ୍ଜନ ମହାପାତ୍ର ଓ ସାମ୍ବାଦିକ ପ୍ରସନ୍ନ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦେଇ ମହିଳା ଦିବସ ବିଷୟରେ କହିଥିଲେ। ଓ୍ଵି ଫର୍‌ ୟୁର ପ୍ରତିଷ୍ଠାତା ଅଭୟ ମହାନ୍ତି କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର