ଭୁବନେଶ୍ବର: ଆଜି ପୂର୍ବାହ୍ନରେ ପୁଲିସ କମିସନର (ସିପି) ଏସ୍ ଦେବଦତ୍ତ ସିଂ ବିଏମ୍ସି କମିସନର ରାଜେଶ ପ୍ରଭାକର ପାଟିଲଙ୍କୁ ଭେଟି ସୁରକ୍ଷା ସମେତ ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି। ଏଥିସହ କମିସନରଙ୍କ ଉପସ୍ଥିତିରେ ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ଘଟଣା ଦିନର ସମସ୍ତ କଥା ପଚାରି ବୁଝିଥିଲେ। ଏହାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ଆକ୍ରମଣ ଘଟଣାରେ କମିସନରେଟ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛି।
ସୁରକ୍ଷା ସମ୍ପର୍କରେ ବିଏମ୍ସି କମିସନରଙ୍କ ସହ ଆଲୋଚନା
ଅତିରିକ୍ତ କମିସନରଙ୍କୁ ଘଟଣା ପଚାରି ବୁଝିଲେ
ପ୍ରଥମ ଦିନ ୩ ଜଣ ଓ ଦ୍ବିତୀୟ ଦିନ ୨ ଜଣଙ୍କୁ ଗିରଫ କରାଯାଇଛି। ତଦନ୍ତ ଜାରି ରହିଛି। ଯାହାର ସଂପୃକ୍ତି ଅଛି ସମସ୍ତଙ୍କୁ ଗିରଫ କରାଯିବ। ସୁରକ୍ଷା ପ୍ରସଙ୍ଗରେ ସେ କହିଲେ, ଗଣତନ୍ତ୍ରରେ ଅଧିକାରୀମାନେ ଲୋକମାନଙ୍କ ଭିତରେ ରହି କାମ କରୁଥିଲେ। ବିଏମ୍ସିକୁ ବିଭିନ୍ନ ସେବା ପାଇଁ କିମ୍ବା ଅଭିଯୋଗ ପାଇଁ ସାଧାରଣ ଲୋକ ଆସିପାରିବେ। ସୁରକ୍ଷା ବିଷୟରେ ମୁଁ କଥା ହୋଇଛି। ସୁରକ୍ଷାରେ ଏକ୍ସ ସର୍ଭିସ ମ୍ୟାନ୍ ରହୁଛନ୍ତି। ଆମେ ତାଙ୍କୁ ଟ୍ରେନିଂ ଦେବୁ।