ଖୋର୍ଧା : ରାଜ୍ୟର ଅନ୍ୟତମ ଅଗ୍ରଣୀ ଇଂଜିନିୟରିଂ ଶିକ୍ଷାନୁଷ୍ଠାନ କେଏମ୍ବିବି କଲେଜ ପରିସରରେ ଆଜି ଟିସିଏସ୍ ଭୁବନେଶ୍ୱର ପକ୍ଷରୁ ଇଣ୍ଟରନେଟ୍ ସମ୍ପର୍କିତ ଏକ କର୍ମଶାଳା(ଇଣ୍ଟନେଟ୍ ଅଫ୍ ଥିଙ୍ଗ୍ସ) ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ ଡ.ଅଶ୍ୱନୀ କୁମାର ମହାନ୍ତି, ଉପାଧ୍ୟକ୍ଷ ସୁବ୍ରତ କବି, ବିଭାଗୀୟ ମୁଖ୍ୟ ନୟନ ପଲ୍ ପ୍ରମୁଖ ଉପସ୍ଥିତ ରହି ଇଣ୍ଟରନେଟ୍ର ଉପାଦେୟତା ଏବଂ ବ୍ୟାପକ ବ୍ୟବହାର ଉପରେ ଆଲୋକପାତ କରିଥିଲେ। କର୍ମଶାଳାରେ କମ୍ପ୍ୟୁଟର ସାଇନ୍ସ ବିଭାଗ ତୃତୀୟ ବର୍ଷର ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ ପଚାରି ତଥ୍ୟ ବୁଝିିଥିଲେ। ଟିସିଏସ୍ ପକ୍ଷରୁ ଜବାହର ଥାଙ୍ଗା, ସୁଶ୍ରୀ ବର୍ଷା, ଫଜାନ ଆଜମି ଏବଂ କାଳିନ୍ଦୀ ସାହୁ ପ୍ରମୁଖ ଇଣ୍ଟରନେଟ୍ର ବିଭିନ୍ନ ଦିଗ ଉପରେ ବିଶଦ ଆଲୋଚନା କରିଥିଲେ। ଅଧ୍ୟାପକ ଅମଳେନ୍ଦୁ ବାଗ୍, ଅଧ୍ୟାପକ ମନମୋହନ ସାମଲ, ରାଜେଶ ମହାନ୍ତି ଏବଂ ପ୍ରଫେସର ପୁଲିନ କୁମାର ଗନ୍ତାୟତଙ୍କ ସମେତ ବିଭାଗୀୟ ଅଧ୍ୟାପକମାନେ ଆଲୋଚନାଚକ୍ରକୁ ପରିଚାଳନା କରିଥିଲେ।
କେଏମ୍ବିବି କଲେଜରେ ଓ୍ଵବ୍ କର୍ମଶାଳା
/sambad/media/post_attachments/wp-content/uploads/2018/08/Khordha-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)