ଓଡ଼ିଶାର ଚିତ୍ରକଳା କ୍ଷେତ୍ରରେ ବିଭୂତି କାନୁନଗୋଙ୍କ ଅବଦାନ ଅତୁଳନୀୟ

ଭୁବନେଶ୍ବର : ଗ୍ରୁପ ଖଲିକୋଟିଆନ୍  ଆନୁକୂଲ୍ୟରେ ଗୁଗୁଲ ମିଟ୍ ମାଧ୍ୟମରେ ପଞ୍ଚମ  “କଳା ଓ କଳାକାର” ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କଳା ଚର୍ଚ୍ଚା ରେ ଓଡ଼ିଶା ର ବିଶିଷ୍ଟ ଚିତ୍ର ଶିଳ୍ପୀ  ବିଭୁତି ଭୂଷଣ  କାନୁନଗୋ  ଙ୍କ କର୍ମମୟ ଶିଳ୍ପୀ ଜୀବନର ବିଭିନ୍ନ ଦିଗ ଉପରେ ଆଲୋକପାତ କରାଯାଇଥିଲା।

ଓଡିଶା ର ବିଶିଷ୍ଟ କଳା ଐତିହାସିକ ତଥା ପୂର୍ବତନ ଅଧ୍ୟକ୍ଷ ଡ: ଅଲେଖ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଚର୍ଚ୍ଚାରେ ଧର୍ମପଦ ପୁରସ୍କାର ପ୍ରାପ୍ତ ଚିତ୍ରଶିଳ୍ପୀ ମହେନ୍ଦ୍ର ପ୍ରସାଦ ମହାପାତ୍ର  ମୁଖ୍ୟବକ୍ତା ଭାବେ ଚିତ୍ରକଳା କ୍ଷେତ୍ରରେ ବିଭୁତି କାନୁନ୍‌ଗୋଙ୍କ  ଓଡିଶା ପ୍ରତି ଅବଦାନ ବିଷୟରେ ଆଲୋଚନା କରିଥିଲେ । ସେ କଟକର ଚିତ୍ର କଳା ମହାବିଦ୍ୟାଳୟକୁ କିପରି ଭାବରେ ପ୍ରତିଷ୍ଠା କରିଥିଲେ ଓ ପରବର୍ତ୍ତୀ ସମୟରେ  ବି.କେ.ଆର୍ଟ କଲେଜ କୁ  କିପରି ଭାବରେ ତାଙ୍କରି ନାମରେ  ନାମିତ କରାଯାଇଥିଲା ସେ ବିଷୟରେ ଆଲୋକପାତ କରିଥିଲେ । ଡ.ଅଲେଖ ଚରଣ ସାହୁ, ବିଭୁତି କାନୁନ୍‌ଗୋଙ୍କ  ଜୀବନ ଶୈଳୀ ସହିତ ଓଡିଶା ର ସେତେବେଳର ଚିତ୍ର କଳା ପରିସ୍ଥିତି ଓ ପ୍ରକାଶିତ ପୁସ୍ତକ ଓ ପତ୍ରପତ୍ରିକା ର ଅଳଂକରଣ  ବିଷୟ ରେ ବର୍ଣ୍ଣନା କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ରମାଦେବୀ  ମହିଳା ବିଶ୍ୱବିଦ୍ୟାଳୟର ଚିତ୍ରଶିଳ୍ପୀ ରେବତୀକାନ୍ତ ମହାରଣା ଆନୁଷ୍ଠାନିକ ସ୍ବାଗତ ଭାଷଣ ଦେଇ  ସଭା କାର୍ଯ୍ୟ ପରିଚାଳନା କରିଥିଲେ ।

ଏହି ଆଲୋଚନା ଚକ୍ରରେ ଗ୍ରୁପ ଖଲିକୋଟିଆନ୍ ର ଚିଫ୍ ଆଡ୍‌ମିନ  ଅସିତ କୁମାର ପଟ୍ଟନାୟକ,କୈଳାଶ ପୃଷ୍ଟି, ଖଲିକୋଟ ଚାରୁ ଓ କାରୁ କଳା ମହାବିଦ୍ୟାଳୟ ର ଅଧ୍ୟକ୍ଷ   ଜୟନ୍ତ କୁମାର ଦାସ, ବରିଷ୍ଠ ଚିତ୍ର ଶିଳ୍ପୀ ପଞ୍ଚାନନ ସୁର,ଶଶିକାନ୍ତ ରାଉତ, ରମେଶ ଦେ, ନିକୁଞ ଦାସ,ପ୍ରଭାକର ପାତ୍ର,କୁମାର ଦେବ, ଅମରେନ୍ଦ୍ର ମହାରଣା,ଉତ୍ତମ ଓଝା,କୁମୁଦ ଦାସ,ବିକ୍ରମ ଫାରକ,ହରିହର ବେହେରା  ଏବଂ ଅନିଲ ଧଳ ଇତ୍ୟାଦି ଅଂଶଗ୍ରହଣ କରିଥିଲେ । ପରିଶେଷରେ ଚିତ୍ର ଶିଳ୍ପୀ ଧର୍ମପଦ  ବିଶ୍ବାଳ  ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର