ଅଟିଜିମ୍‌ ପିଲାଙ୍କ ପାଇଁ ୱେବିନାର୍‌ ‘ୟୁ ଆର୍‌ ନଟ୍‌ ଏଲୋନ୍’

ଭୁବନେଶ୍ବର: ଅଙ୍କୁର ଫାଉଣ୍ଡେସନ ପକ୍ଷରୁ ‘ୟୁ ଆର୍‌ ନଟ୍‌ ଏଲୋନ୍’ ଶୀର୍ଷକ ୱେବିନାର୍‌ ଅନୁଷ୍ଠିତ ହୋଇଯାଇଛି। ଅଟିଜିମ୍‌ର ସମସ୍ୟା ଓ ଏହାର ନିରାକରଣ ପାଇଁ ଏଥିରେ ଆଲୋଚନା କରାଯାଇଥିଲା। ଏହି ସମସ୍ୟା ଭୋଗୁଥିବା ପିଲାମାନଙ୍କ ମାନସିକ ସ୍ଥିତିକୁ ଚିହ୍ନିବା ଓ ସେମାନଙ୍କ ସହ ବନ୍ଧୁତାପୂର୍ଣ୍ଣ ସହଯୋଗ କରି ଅଭିଭାବକମାନେ କିପରି ସେମାନଙ୍କ ଅଭିବୃଦ୍ଧିରେ ସହାୟକ ହୋଇପାରିବେ, ସେ ଉପରେ ଆଲୋକପାତ କରାଯାଇଥିଲା। ଏହି ବିଷୟରେ ବିଶିଷ୍ଟ ମନୋବିଜ୍ଞାନୀ ଡାକ୍ତର ନୀଳମାଧବ କର ଅଭିଭାଷଣ ଦେଇ ଅଭିଭାବକମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ। ଏଥିରେ ବରିଷ୍ଠ ପ୍ରଶାସକ ପ୍ରଦୀପ ବିଶ୍ବାଳ, ସ୍ପିଚ୍‌ ‌ଥେରାପିଷ୍ଟ୍‌ ଲିପ୍‌ସା ଜେନା ଓ କର୍ପୋରେଟ୍‌ ଟ୍ରେନର୍‌ ପ୍ରମଥେଶ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଫାଉଣ୍ଡେସନ୍‌ର ସମ୍ପାଦିକା ଚିନ୍ମୟୀ ପଣ୍ଡା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର