ଖଣ୍ଡଗିରି: ସ୍ଥାନୀୟ ସତ୍ୟସାଇ ସେବା ସଂଘ ପ୍ରାଥମିକ ବିଦ୍ୟାଳୟ କୋଠା ବାରଣ୍ଡା ତାଜା ପୁଣି ଆଜି ଖଣ୍ଡ ଖଣ୍ଡ ହୋଇ ଖସିଛି। ତାଜା ଛାତର ବହୁତ ଅଂଶରୁ ଆଜି ପୁରୁଣା କଂକ୍ରିଟ୍ ଛେଲା ଛେଲା ହୋଇ ଖସି ପଡ଼ିଛି। ତେବେ ସୌଭାଗ୍ୟକୁ ଏଥିରେ କୌଣସି ଛାତ୍ରଛାତ୍ରୀଙ୍କର କିଛି କ୍ଷତି ଘଟିନାହିଁ। କିନ୍ତୁ ଏହି ଅଘଟଣ ପରେ ଆଜି ଅଭିଭାବକଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଅଭିଭାବକମାନେ ପିଲାଙ୍କୁ ଧରି ବିଦ୍ୟାଳୟ ସମ୍ମୁଖ ରାସ୍ତାରେ ଧାରଣାରେ ବସିଥିଲେ। ପରେ ଖଣ୍ଡଗିରି ଥାନା ପୁଲିସ ଓ ଗଣଶିକ୍ଷା ବିଭାଗର କିଛି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ବର୍ତମାନ ପାଠ ପଢ଼ା ପାଇଁ ନିକଟସ୍ଥ ଏକ ଘରୋଇ ବିଦ୍ୟାଳୟ ୩ ବଖରା ଘର ଦେବାକୁ ରାଜି ହେବା ପରେ ଅଭିଭାବକମାନେ ଶାନ୍ତ ପଡ଼ିଥିଲେ। ଗତ ୮ ତାରିଖ ଦିନ ଏହି ବିଦ୍ୟାଳୟର ବାରଣ୍ଡା ତାଜା ଭାଙ୍ଗି ପଡ଼ିଥିଲା। ଆଜି ଶନିବାର ସକାଳୁଆ ସ୍କୁଲ ଥିଲା। ଅଭିଭାବକମାନେ ପିଲାଙ୍କୁ ଛାଡ଼ିବାକୁ ଆସିଥିଲେ। ସେମାନେ ସ୍କୁଲରେ ପହଞ୍ଚିବାବେଳକୁ ବାରଣ୍ଡା ସାରା ଛେଲା ଛେଲା କଂକ୍ରିଟ୍ ଖଣ୍ଡ ବିଛାଡ଼ି ହୋଇ ପଡ଼ିଥିଲା। ତେଣୁ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ପିଲାମାନଙ୍କୁ ଶ୍ରେଣୀଗୃହକୁ ଛାଡ଼ି ନଥିଲେ। ଖୋର୍ଧା ଜିଲ୍ଲାପାଳ ଖୁବ୍ ଶୀଘ୍ର ନୂତନ କୋଠା ପାଇଁ ସର୍ବଶିକ୍ଷା ଯୋଜନାରୁ ଅନୁଦାନ ଯୋଗାଇଦେବେ ବୋଲି ସୂଚନା ମିଳିଛି।
ସତ୍ୟସାଇ ପ୍ରାଥମିକ ବିଦ୍ୟାଳୟ, ପୁଣି ଖଣ୍ଡ ଖଣ୍ଡ ହୋଇ ଖସୁଛି ତାଜା
/sambad/media/post_attachments/wp-content/uploads/2018/08/arjuna-school.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)