ଭୁବନେଶ୍ୱରର ୩ଟି ପ୍ରବେଶ ପଥରେ ପ୍ରବାସୀମାନଙ୍କର ହେବ ସ୍ୱାଗତ ଓ ସ୍କ୍ରିନିଂ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ଏଥି ପାଇଁ ଘର ଘର ବୁଲି ଲୋକଙ୍କର ତଥ୍ୟ ସଂଗ୍ରହ କରାଯାଉଛି । କରୋନା ପଜିଟିଭ ଚିହ୍ନଟ ହୋଇଥିବା ଅଂଚଳର ଲୋକମାନଙ୍କ ସ୍ୱାବ ନମୁନା ସଂଗ୍ରହ ହେଉଛି । ଏବେ ପ୍ରବାସୀଙ୍କୁ ରାଜଧାନୀର ୩ଟି ସ୍ଥାନରେ ସ୍ୱାଗତ ସହ ସ୍କ୍ରିନିଂ କରିବାକୁ ବିଏମ୍‌ସି ନିଷ୍ପତ୍ତି ନେଇଛି । ଭୁବନେଶ୍ୱରର ୩ଟି ପ୍ରବେଶ ପଥରେ ପ୍ରବାସୀଙ୍କୁ ସ୍ୱାଗତ ଓ ସ୍କ୍ରିିନିଂ କରାଯିବ । କଟକ ପଟରୁ ଆସୁଥିବା ପ୍ରବାସୀଙ୍କୁ ରସୁଲଗଡ଼ ନିକଟ କୋଚିଲାଇ ହାଟ ପାଖରେ ଥିବା ଆଶ୍ରମ ସ୍କୁଲ, ଖୋର୍ଦ୍ଧା ପଟରୁ ଆସୁଥିବା ପ୍ରବାସୀଙ୍କୁ ତପୋବନ ସ୍କୁଲ ଓ ପୁରୀ ପାଶ୍ୱର୍ରୁ ଆସୁଥିବା ଉତ୍ତରା ଛକ ନିକଟ କୃପାଜଳ ଇଞ୍ଜିନିୟରିଂ କଲେରେ ସ୍ୱାଗତ ଓ ସ୍କ୍ରିନିଂ ହେବ ।

image source-osissa diary

ପ୍ରବାସୀମାନେ ପ୍ରବେଶ ପଥରେ ପହଞ୍ଚି ନିଜକୁ ପଂଜୀକରଣ ମୁକ୍ତ କରିବେ । ପ୍ରବାସୀମାନଙ୍କୁ ଥର୍ମାଲ ସ୍କ୍ରିନିଂ ପରେ ସଂଗରୋଧ କେନ୍ଦ୍ରକୁ ପଠାଯିବ । ହୋମ୍‌, ସରକାରୀ ଦେୟମୁକ୍ତ ସଂଗରୋଧ କେନ୍ଦ୍ରକୁ ପ୍ରବାସୀମାନେ ଯିବେ । ଯେଉଁମାନେ ହୋମ କ୍ୱାରେଣ୍ଟାଇନରେ ରହିବେ, ତାଙ୍କର ଘରେ ସଂଗରୋଧ ଷ୍ଟିକର ଲାଗିବ ।

ସମ୍ବନ୍ଧିତ ଖବର