ଭୁବନେଶ୍ବର: ବିଜୁ ଜନତା ଦଳ ଭୁବନେଶ୍ବର ଜିଲ୍ଲା ତରଫରୁ ଭୁବନେଶ୍ବର ମହନଗରର ୩ ନବ ନିର୍ବାଚିତ ବିଧାୟକଙ୍କୁ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ସମ୍ବର୍ଧିତ କରାଯାଇଛି। ବିଜେଡି ଭୁବନେଶ୍ବର ଜିଲ୍ଲା ସଭାପତି ଅମରେଶ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ବର୍ଧନା ସଭାରେ ଏକାମ୍ର-ଭୁବନେଶ୍ବର ନିର୍ବାଚନମଣ୍ଡଳୀରୁ ପୁନଃ ନିର୍ବାଚିତ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ବର-ମଧ୍ୟ ନିର୍ବାଚନମଣ୍ଡଳୀର ବିଧାୟକ ଅନନ୍ତ ନାରାୟଣ ଜେନା ଓ ଭୁବନେଶ୍ବର-ଉତ୍ତର ନିର୍ବାଚନମଣ୍ଡଳୀର ବିଧାୟକ ସୁଶାନ୍ତ କୁମାର ରାଉତଙ୍କୁ ସମ୍ବର୍ଧିତ କରାଯାଇଥିଲା। ଏହି ଅବସରରେ ନବ ନିର୍ବାଚିତ ବିଧାୟକମାନେ ଆସନ୍ତା ପୌର ନିର୍ବାଚନରେ ପୁନଃ ବିଜୁ ଜନତା ଦଳର ପ୍ରାର୍ଥୀମାନଙ୍କୁ ବିଜୟୀ କରାଇବା ପାଇଁ ପ୍ରସ୍ତୁତ ରହିବାକୁ ଆହ୍ବାନ ଦେଇଥିଲେ। ଜିଲ୍ଲା ସଂପାଦକ ସମରେନ୍ଦ୍ର ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି ସଭାରେ କାର୍ଯ୍ୟକାରୀ ସଭାପତି ସୁବାସ ପାତ୍ର, ସାଧାରଣ ସଂପାଦକ ଚନ୍ଦ୍ରଶେଖର ମଲିଆ, ଉପ-ସଭାପତି ରମାନାଥ ସାମନ୍ତରାୟ, ସୁରେଶ ବାରିକ, ସ୍ବାକ୍ଷର ରଂଜନ ମହାନ୍ତି, ତ୍ରୈଲୋକ୍ୟ ରାଉତ, ବିରଞ୍ଚି ନାରାୟଣ ମହାସୁପକାର, ମହିଳା ବିଜୁ ଜନତା ଦଳ ଜିଲ୍ଲା ସଭାନେତ୍ରୀ ଭାରତୀ ସିଂ, ଛାତ୍ର ସଭାପତି କଳ୍ପତରୁ ଓଝା, ଯୁବ ସଭାପତି ଅମରଜିତ୍ ସେନାପତି, ବୁଦ୍ଧିରାମ ସାହୁ, ପ୍ରବୀର ପଟ୍ଟନାୟକ, ମନ୍ଦାକିନୀ କର, ବିଜୟଲକ୍ଷ୍ମୀ ମହାପାତ୍ର, ଜିତୁ ନନ୍ଦ, ସନ୍ଧ୍ୟାରାଣୀ ବିଶ୍ବାଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
୩ ନବ ନିର୍ବାଚିତ ବିଧାୟକଙ୍କୁ ସମ୍ବର୍ଧନା
/sambad/media/post_attachments/wp-content/uploads/2019/06/Untitled-15-3.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)