ଜମତରା ସଦସ୍ୟଙ୍କୁ ରିମାଣ୍ଡରେ ନେବ ପଶ୍ଚିମବଙ୍ଗ ପୁଲିସ

ଭୁବନେଶ୍ବର : ଭୁବନେଶ୍ବରରୁ ଗିରଫ ହୋଇଥିବା ଝାଡ଼ଖଣ୍ଡ ଜମତରା ସାଇବର ଅପରାଧ ଗ୍ୟାଙ୍ଗର ୩ ସଦସ୍ୟଙ୍କୁ ରିମାଣ୍ଡରେ ନେବ ପଶ୍ଚିମବଙ୍ଗ ପୁଲିସ। ଅପରାଧୀମାନେ ୨୦ଟି ରାଜ୍ୟରେ ଠକେଇ କରିଥିବା ବେଳେ ପଶ୍ଚିମବଙ୍ଗର ଏକାଧିକ ମାମଲାରେ ସମ୍ପୃକ୍ତ ଥିବା ଜଣାପଡ଼ିଛି। ପଶ୍ଚିମବଙ୍ଗ ପୁଲିସ ଆଜି ଭୁବନେଶ୍ବରରେ ପହଞ୍ଚି ଟ୍ରାନ୍‌ଜିଟ୍ ରିମାଣ୍ଡରେ ନେବା ଲାଗି କୋର୍ଟରେ ଆବେଦନ କରିଛି। କିନ୍ତୁ କେତେକ କାଗଜପତ୍ର ଠିକ୍ ନଥିବା ବେଳେ ସେଠାରୁ କେସ୍ ସମ୍ପୃକ୍ତି ନେଇ ଦସ୍ତାବିଜ୍ ଆଣିବାକୁ କୁହାଯାଇଛି। ପଶ୍ଚିମବଙ୍ଗ ପୁଲିସ କେସ୍ ସଂକ୍ରାନ୍ତୀୟ ଆବଶ୍ୟକ ଦସ୍ତାବିଜ୍‌ ଆଣି ପୁଣିଥରେ ରିମାଣ୍ଡ ଆବେଦନ କରିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତ ୨୯ ତାରିଖରେ କ୍ରାଇମବ୍ରାଞ୍ଚ ସାଇବର ଥାନା ଝାଡ଼ଖଣ୍ଡ ଜମତରା ଗ୍ୟାଙ୍ଗର ୩ ସଦସ୍ୟଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ଲାପଟପ୍, ମୋବାଇଲ, ୩୩ ସିମ୍‌ କାର୍ଡ, ବହୁ ଦସ୍ତାବିଜ୍‌ ଜବତ କରାଯାଇଥିଲା।

ସମ୍ବନ୍ଧିତ ଖବର